LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପରେଶ ରାଓ୍ବଲଙ୍କୁ ଆଶ୍ବସ୍ତି, କଡ଼ା କାର୍ଯ୍ୟାନୁଷ୍ଠାନ ନକରିବାକୁ ପୋଲିସକୁ ଆଦେଶ ଦେଲେ କୋଲକାତା ହାଇକୋର୍ଟ

2/02/2023 at 9:18 PM

ନୂଆଦିଲ୍ଲୀ, ୦୨/୦୨: ବଲିଉଡ୍‌ ଅଭିନେତା ଏବଂ ବିଜେପି ନେତା ପରେଶ ରାଓ୍ବଲଙ୍କୁ କୋଲକାତା ହାଇକୋର୍ଟରୁ ବଡ଼ ଆଶ୍ବସ୍ତି। ପରେଶ ‘ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବା’ ଟିପ୍ପଣୀ ଉପରେ ହାଇକୋର୍ଟ ତଲାତଲା ପୋଲିସ୍‌କୁ କଠୋର କାର୍ଯ୍ୟାନୁଷ୍ଠାନ ନ କରିବାକୁ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ପରେଶ ରାଓ୍ବଲ ଏହାକୁ ନେଇ ପୂର୍ବରୁ ହିଁ କ୍ଷମା ମାଗିସାରିଛନ୍ତି।

କୋଲକାତା ହାଇକୋର୍ଟଙ୍କ ଖଣ୍ଡପୀଠ ଆଦେଶ ଦେଇଛନ୍ତି ଯେ ପରେଶ ରାଓ୍ବଲଙ୍କ ବିରୋଧରେ କୋଲକାତା ପୋଲିସ ତରଫରୁ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ କରାନଯାଉ। ଅନୁଯାୟୀ ଯଦି ଜରୁରୀ ହେବ ତେବେ​‌ ଭିଡିଓ କନ୍ଫରେନ୍ସିଂ ଦ୍ବାରା ତାଙ୍କ ସହ ପଚରାଉଚରା କରାଯାଇପାରିବ ବୋଲି କହିଛନ୍ତି ଅଦାଲତ।

ପରେଶ ରାଓ୍ବଲଙ୍କ ଉପରେ ଗୁଜରାଟ ନିର୍ବାଚନ ସମୟରେ ବଙ୍ଗାଳୀଙ୍କୁ ଅପମାନ କରିଥିବା ଅଭିଯୋଗ ରହିଛି। ଏହି ମାମଲାରେ ତାଙ୍କ ବିରୋଧରେ ସିପିଏମ ର ପଶ୍ଚିମବଙ୍ଗ ପ୍ରଭାରୀ ମୋହମ୍ମଦ ସଲିମ୍‌ ମୋକଦ୍ଧମା ରୁଜୁ କରିଥିଲେ। ତାଙ୍କ ବିରୋଧରେ ଆଇପିସି ଧାରା ୧୫୩ (ଦଙ୍ଗା ସୃଷ୍ଟି ପାଇଁ ଉସ୍କେଇବା),୧୫୩ଏ(ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା), ୧୫୩ ବି, ଧାରା ୫୦୪ (ଶାନ୍ତି ଭଙ୍ଗ କରିବା ପାଇଁ ଜାଣିଶୁଣି ଅପମାନିତ କରିବା), ଧାରା ୫୦୫ (ଭ୍ରମାତ୍ମକ ଟିପ୍ପଣୀ ଦେଇ ଲୋକଙ୍କୁ ଭୂଆଁ ବୁଲାଇବା) ଦଫା ଲଗାଯାଇଛି।

କ’ଣ ଏହି ମାମଲା ?

ଗୁଜରାଟ ନିର୍ବାଚନ ସମୟରେ ପରେଶ ରାଓ୍ବଲ ବିଜେପି ତରଫରୁ ରାଲି କରିଥିଲେ। ଏହି ସମୟରେ ସେ କହିଥିଲେ ଯେ, ‘ଗ୍ୟାସ୍‌ ସିଲିଣ୍ଡର ମହଙ୍ଗା ଅଛି, କିନ୍ତୁ ଏହାର ଦାମ୍ କମ୍ ହୋଇଯିବ। ଲୋକେ ବି ନିଯୁକ୍ତି ପାଇବେ। କିନ୍ତୁ ଦିଲ୍ଲୀ ଭଳି ଯେତେବେଳେ ବାଂଲାଦେଶ ଓ ରୋହିଙ୍ଗିଆ ଶରଣାର୍ଥୀମାନେ ଚାରିପାଖରେ ରହିବାକୁ ଲାଗିବେ ସେତେବେଳେ କଣ ହେବ? ସେତେବେଳେ ଗ୍ୟାସ୍ ସିଲିଣ୍ଡରକୁ ନେଇ ଆପଣ କଣ କରିବେ ? ଏହି ବଙ୍ଗାଳିମାନଙ୍କ ପାଇଁ ମାଛ ରାନ୍ଧି ଦେବେ?’

ପରେଶଙ୍କ ଏହି ମନ୍ତବ୍ୟକୁ ବିରୋଧ ହେବା ପରେ ଟ୍ୱିଟରରେ କ୍ଷମା ମାଗିଥିଲେ ଅଭିନେତା। ଏହି ମନ୍ତବ୍ୟ ସେ ବାଂଲାଦେଶୀ ଓ ରୋହିଙ୍ଗିଆ କ୍ଷେତ୍ରରେ ଦେଇଥିଲେ ବୋଲି ପରେଶ ରାୱଲ କହିଥିଲେ।

   Related Posts