ଆଖି ଦେଖାଇବାକୁ ଯାଇଥିବା ନାବାଳିକାଙ୍କୁ କାନ ଡ୍ରପ ପକାଇବାକୁ ଲେଖିଥିଲେ ଡାକ୍ତର: ଏବେ ଆଖି ନଷ୍ଟ ହେବା ଉପରେ ମାନବାଧିକାର କମିଶନ ଦେଲେ ତଦନ୍ତ ନିର୍ଦ୍ଦେଶ

Published By : Prameya-News7 Bureau | October 30, 2019 IST

ଭୁବନେଶ୍ବର୩୦|୧୦: ଡାକ୍ତରଙ୍କ ଭୁଲ୍‌ ଟ୍ରିଟ୍‌ମେଣ୍ଟ ପାଇଁ ଆଖି ହରାଇବାକୁ ପଡ଼ିଥିବା  ନୟାଗଡ଼ର ନାବାଳିକାଙ୍କ ପରିବାର ଏବେ ନ୍ୟାୟ ପାଇଁ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି । ପୂର୍ବରୁ  ଏନେଇ ନୟାଗଡ଼ ସିଡିଏମଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ଏଥି ପ୍ରତି ଗୁରୁତ୍ବ ଦେଇନଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ।

{"id":177081,"width":587,"height":443}

କିଛି ଦିନ ତଳେ ଝିଅ ଆଖିରେ ସମସ୍ୟା ଦେଖାଯିବାରୁ ପରିବାର ଲୋକ ତାଙ୍କୁ ନୟାଗଡ଼ ଜିଲ୍ଲା ଦଶପଲା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଆଖି ଡ୍ରପ୍‌ ବଦଳରେ କାନ ପାଇଁ ଡ୍ରପ୍‌ ଲେଖି ଦେଇଥିଲେ । ଯାହାକୁ ବ୍ୟବହାର କରିବା ପରେ ଝିଅଟିର ଆଖି ନଷ୍ଟ ହେବାକୁ ବସିଛି ।

{"id":177082}

ଗରିବ ପରିବାର ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ପରିସ୍ଥିତିରେ ନ୍ୟାୟ ପାଇଁ ପୀଡ଼ିତାଙ୍କ ପରିବାର ଏବେ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି । ଘଟଣାର ଗୁରୁତ୍ବ ଦେଖି ମାନବାଧିକାର ଏଥିରେ ହସ୍ତକ୍ଷେପ କରିବା ସହ ୩ଦିନ ଭିତରେ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇ ଘଟଣାର ଯାଂଚ କରିବାକୁ ନିର୍ଦେଶ ଦେଇଛନ୍ତି ।

{"id":177083,"width":582,"height":481}

ଏଥି ସହ ପୀଡ଼ିତାଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇଦେବାକୁ ନେଇ କ’ଣ ପଦକ୍ଷେପ ନିଆଯାଇଛି ୭ଦିନ ଭିତରେ ତା’ର ରିପୋର୍ଟ ଦେବାକୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.