oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ନୂଆ ଶିକ୍ଷା ନୀତିକୁ ବିରୋଧ, ଛାତ୍ର ଛାତ୍ରୀଙ୍କ ସହିତ ବିଦ୍ୟାଳୟ ଆଗରେ ଧାରଣା ଦେଲେ ଅଭିଭାବକ

8/02/2021 at 11:23 PM

ଜଳେଶ୍ଵର ୦୮।୦୨: ବିଦ୍ୟାଳୟ ମିଶ୍ରଣକୁ  ବିରୋଧ କରି ବାଲେଶ୍ଵର ଜିଲ୍ଲାର  ବସ୍ତା ବ୍ଲକ ସୀତାପୁର ଓ ବରଡା ପ୍ରାଥମିକ ବିଦ୍ୟାଳୟର  ଛାତ୍ର ଛାତ୍ରୀଙ୍କ ସହିତ  ଅଭିବାବକ ମାନେ  ବିଦ୍ୟାଳୟ ଆଗରେ  ଧାରଣାରେ ଦେଇଛନ୍ତି।

ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ନୂଆ ଶିକ୍ଷା ନୀତି ଆଇନ ଯୋଗୁଁ ବର୍ତ୍ତମାନ ବଳି ପଡ଼ିବାକୁ  ଯାଉଛି ବସ୍ତା ବ୍ଲକର ୧୪ ଟି ପ୍ରାଥମିକ ବିଦ୍ୟାଳୟ।  କାରଣ ଏଥିରେ ୪୦ ରୁ କମ ପିଲା ଥିବାରୁ ଏହି ୧୪ ସ୍କୁଲ ବନ୍ଦ ହୋଇ ଅନ୍ୟ ସ୍କୁଲରେ ମିଶିବାକୁ ଯାଉଛି। ତେବେ ଏଥିରୁ କେତେକ ସ୍କୁଲ ଦୀର୍ଘ ୫୦/୬୦ ବର୍ଷର ପୁରୁଣା। ଏଥିସହ ଯେଉଁ ବିଦ୍ୟାଳୟ ସହ ସଂଲଗ୍ନ  ହେଉଛନ୍ତି ତାହା ସ୍କୁଲ ଠାରୁ ୨ ରୁ ୩ କିଲୋମିଟର ଦୂରରେ ରହିଛି। ଯାହାଫଳରେ ଛୋଟ ଛୋଟ ପିଲାମାନଙ୍କର ଯିବା ଆସିବାରେ ଅସୁବିଧା ହେବା ସହିତ କେତେକ ପିଲା ପାଠ ପଢା ଛାଡିବାକୁ ବାଧ୍ୟ ହେବେ ବୋଲି ଆଲୋଚନା ହେଉଛି।

ତେଣୁ ଏ ନେଇ ଆଜି ବସ୍ତା ବ୍ଲକର ମୁକୁଳିଶି  ପଞ୍ଚାୟତର ୨ ଟି ବିଦ୍ୟାଳୟ ଯଥା ସୀତାପୁର ଓ ରେଣୁପଦା ବରଡା ପ୍ରାଥମିକ  ଵିଦ୍ୟାଳୟର ଛାତ୍ର ଛାତ୍ରୀ ସହିତ ଅଭିଭାବକ ମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।  ଯଦି ସରକାର ସ୍କୁଲ ଉଚ୍ଛେଦ କରନ୍ତି ତେବେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି।

   Related Posts