ଦୁର୍ନୀତିଗ୍ରସ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଉଚ୍ଚ ବିଦ୍ୟାଳୟ ଆଗରେ ଅଭିଭାବକଙ୍କ ଗଣଧାରଣା

Published By : Prameya-News7 Bureau | May 31, 2022 IST

ଫୁଲବାଣୀ ୩୧/୦୫ : ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ମାତ୍ରାଧିକ ଦୁର୍ନିତୀ, ଅନିୟମିତତା ଓ ମନମୁଖୀ ଶାସନରେ ଅତିଷ୍ଠ ହୋଇ ମଙ୍ଗଳବାର ଅବିଭାବକମାନେ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଜଣଙ୍କ ବିଦ୍ୟାଳୟର ଅନ୍ୟ ଶିକ୍ଷକମାନଙ୍କୁ ଖରାପ ବ୍ୟବହାର କରିବା, ବିଦ୍ୟାଳୟ ପରିଚାଳନା କମିଟି ବୈଠକ ନକରିବା, ଅନୁଦାନ ଅର୍ଥ ହଡପ କରିବା ଭଳି ଅନେକ ଅନୈତିକ କାମ କରୁଛନ୍ତି ବୋଲି  ଅବିଭାବକ ଓ ଗାଁ ଲୋକମାନେ ଅଭିଯୋଗ କରିଛନ୍ତି ।

ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳୀ  ନହେବା ଯାଏ ଧାରଣା ହଟିବ ନାହିଁ ବୋଲି  ବିଦ୍ୟାଳୟ ପରିଚାଶଲନା କମିଟି ଧମକ ଦେଇଛି । ଏନେଇ କୋଟଗଡ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହୁଙ୍କୁ ଯୋଗା ଯୋଗ କରିବାରୁ ଅଭିଯୋଗର ତଦନ୍ତ କରି ଘଟଣାର ସତ ହୋଇଥିଲେ ନିଶ୍ଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।  ଅନ୍ୟପଟେ ବ୍ଲକ ଶିକ୍ଷା ଅଧିକାରୀ ମୋ ଲୋକ, ମୋର କେହି କିଛି କରି ପାରିବେନି ବୋଲିପ୍ରଧାନ ଶିକ୍ଷୟିତ୍ରୀ ଖୋଲାଖୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.