ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ନିଶା ଖାଇ ପ୍ରତିଦିନ ବାପା-ମା’ଙ୍କୁ କରୁଥିଲା କଲବଲ : ସହିପାରିଲେନି, ପୁଅକୁ ମାରିଦେଲେ

24/08/2021 at 4:52 PM

ନୟାଗଡ ୨୪।୮: ନିଶାଡି ପୁଅର କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ହତ୍ୟା କଲେ ବାପା-ମା’ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ନାହାକପଡାରେ । ମୃତକ ହେଲେ ବସନ୍ତ ବେହେରା । ବାପା ପଞ୍ଚୁଆ ଏବଂ ମା’ ସରୋଜିନୀ ଥାନାରେ ଅଟକ ।

ସୂଚନାଯୋଗ୍ୟ ଯେ, ବସନ୍ତ ସବୁ ସମୟରେ ନିଶା ଖାଇ ବାପା-ମା’ଙ୍କୁ ଗାଳିଗୁଲଜ କରିବା ସହ ମାରପିଟ୍ କରନ୍ତି । ଏପରିକି ବସନ୍ତଙ୍କ ଏପରି ଆଚରଣରେ ଅତିଷ୍ଠ ହୋଇ ପିଲାକୁ ଧରି ତାଙ୍କ ସ୍ତ୍ରୀ ବାପଘରକୁ ଚାଲିଯାଇଛନ୍ତି ।  ଗତ କିଛିଦିନ ହେଲା ବସନ୍ତ ନିଶାରେ ପାଗଳପ୍ରାୟ ହୋଇ ଅତି ଅମାନୁଷିକ ଭାବେ ବୃଦ୍ଧ ବାପା-ମା’ଙ୍କୁ ପିଟୁଥିଲେ ।  ମଙ୍ଗଳବାର ଭୋରରୁ ବସନ୍ତ ଶୋଇଥିବା ସମୟରେ ସରୋଜିନୀ ଏବଂ ପଞ୍ଚୁ ମାରଣାସ୍ତ୍ରରେ ବସନ୍ତର ଶରୀରର ବିଭିନ୍ନ ସ୍ଥାନକୁ ହାଣିଦେଇଥିଲେ । ବସନ୍ତକୁ ଗୁରୁତର ଅବସ୍ଥାରେ ସାହିଲୋକ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।  ଚିକିତ୍ସାଧିନ ଅବସ୍ଥାରେ ମଧ୍ୟାହ୍ନରେ ବସନ୍ତର ମୃତ୍ୟୁ ହୋଇଛି ।  ଦଶପଲ୍ଲା ପୋଲିସ ସରୋଜିନୀ ଏବଂ ପଞ୍ଚୁଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

   Related Posts