ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକେ

Published By : Prameya-News7 Bureau | January 20, 2020 IST

କଟକ ୨୦/୧: କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଡମକଟା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗ୍ରାମର ପ୍ରମୋଦ ପ୍ରଧାନଙ୍କ ସ୍ତ୍ରୀ ମିନି ପ୍ରଧାନ କୌଣସି  ବିଷାକ୍ତ ଦ୍ରବ୍ୟ ଖାଇ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି  ।

{"id":213672,"sizeSlug":"large"}

ଏ ଘଟଣାକୁ  ହତ୍ୟା ବୋଲି ଅଭିଯୋଗ ଆଣି ନରସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମିନୀ ଙ୍କ ବାପ ଘର ଲୋକେ ।ଅନ୍ୟପକ୍ଷରେ ମିନି ଙ୍କ ସ୍ବାମୀ ଜଣେ ରାଜମିସ୍ତ୍ରୀ ଭାବେ କଟକ ଅଞ୍ଚଳରେ କାମ କରିବାକୁ ଯାଇଥିଲେ । ତାଙ୍କ ସ୍ତ୍ରୀ  କାହିଁକି ଓ କିପରି ଆତ୍ମହତ୍ୟା କରିଛନ୍ତି ଜାଣିନଥିବା କହିଛନ୍ତି ।

{"id":213673,"sizeSlug":"large"}

ଏହି ଘଟଣାରେ ଅଭିଯୋଗ ପାଇ ନରସିଂହପୁର ପୋଲିସ ପହଁଚି ମୃତଦେହ କୁ ବଡ଼ମ୍ବା ମେଡିକାଲ୍ କୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ପ୍ରାଥମିକ ତଦନ୍ତରୁ ମାନି କୌଣସି ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁବରଣ କରିଥିବା ଡାକ୍ତର କହୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ଏହା ହତ୍ୟା କି ଆତ୍ମହତ୍ୟା ଜଣା ପଡ଼ିବ ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.