ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଏବେ ବାପା-ମା’ କଣ୍ଟ୍ରୋଲ କରିପାରିବେ ନିଜ ପିଲାଙ୍କ TikTok ଆକାଉଣ୍ଟ, ଆସୁଛି ନୂଆ ଫିଚର

18/04/2020 at 1:27 PM

ନୂଆଦିଲ୍ଲୀ ୧୮।୪: TikTok ଦ୍ବାରା ସୁରକ୍ଷାକୁ ଧ୍ୟାନରେ ରଖି ଅନେକ ନୂତନ ଫିଚର ଅଣାଯାଉଛି । ଏହି ଫିଚରଗୁଡିକ ବିଶେଷ ଭାବରେ ଯୁବ ଉପଭୋକ୍ତାମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ । ଏହି ଫିଚରଗୁଡିକ ମଧ୍ୟରୁ ପ୍ରଥମଟି ହେବ ଫ୍ୟାମିଲି ପେୟାରିଂ । ଏହି ଫିଚର ସାହାଯ୍ୟରେ ବାପା-ମା ସେମାନଙ୍କର TikTok ଆକାଉଣ୍ଟକୁ ନିଜ ପିଲାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ କରିବାକୁ ସମର୍ଥ ହେବେ । ଏହା ବ୍ୟତୀତ କମ୍ପାନୀ ଏହାର ପ୍ଲାଟଫର୍ମରେ ୧୬ ବର୍ଷରୁ କମ୍ ଉପଭୋକ୍ତାମାନଙ୍କ ପାଇଁ ଡାଇରେକ୍ଟ ମେସେଜ ବନ୍ଦ କରିବାକୁ ପ୍ରସ୍ତୁତ ହେଉଛି ।

ଫ୍ୟାମିଲି ପେୟାରିଂ ଫିଚର ବାପା-ମାଙ୍କୁ ସେମାନଙ୍କର TikTok ଆକାଉଣ୍ଟକୁ ସେମାନଙ୍କ ପିଲାମାନଙ୍କ TikTok ଆକାଉଣ୍ଟ ସହିତ ଲିଙ୍କ୍ କରିବାକୁ ସକ୍ଷମ ହେବେ । ଏହା ବ୍ୟତୀତ ଡାଇରେକ୍ଟ ମେସେଜ, ସ୍କ୍ରିନ୍ ଟାଇମ୍ ମ୍ୟାନେଜମେଣ୍ଟ ଏବଂ ରେଷ୍ଟ୍ରିରଟେଡ୍ ମୋଡ୍ ଭଳି ଫିଚରଗୁଡିକ ପାଇଁ ନିୟନ୍ତ୍ରଣ କରିବା ସମର୍ଥ ହେବେ ।

ଏହାବ୍ୟତୀତ, କମ୍ପାନୀ ମଧ୍ୟ ୧୬ ବର୍ଷରୁ କମ୍ ସମସ୍ତ ଉପଭୋକ୍ତାମାନଙ୍କ ପାଇଁ ଅପ୍ରେଲ ୩୦ରୁ ଡାଇରେକ୍ଟ ମେସେଜିଂ ବନ୍ଦ କରିବାକୁ ଯାଉଛି । ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବଂ ଯୁବ ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କମ୍ପାନୀ କହିଛି ।

ବର୍ତ୍ତମାନ TikTok ରେ ମେସେଜିଂକୁ ନେଇ କିଛି ପଲିସି ଏବଂ କଣ୍ଟ୍ରୋଲ ରହିଛି । ଉଦାହରଣ ସ୍ବରୂପ ଏବେ କେବଳ ଆପ୍ରୁଭ୍‌ଡ ଫଲୋଅର୍ସ ପରସ୍ପରକୁ ମେସେଜ ଦେଇପାରିବେ । ମେସେଜରେ ଫଟୋ ଏବଂ ଭିଡିଓ ପଠାଇବାକୁ ଅନୁମତି ଦିଆଯାଇନାହିଁ । ମାତ୍ର ଅପ୍ରେଲ ୩୦ ରୁ ନୂଆ ଫିଚର ଆସିବା ପରେ ଏହି ନିୟମଗୁଡିକ ଆହୁରି କଠୋର ହେବାକୁ ଯାଉଛି । କାରଣ ୧୬ ବର୍ଷରୁ କମ୍ ଉପଭୋକ୍ତାମାନଙ୍କ ପାଇଁ ଡାଇରେକ୍ଟ ମେସେଜିଂ ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଯାଉଛି ।

ନୂତନ ବ୍ୟବହାରକାରୀ ସଂଗ୍ରହ କରିବା କ୍ଷେତ୍ରରେ TikTok ଗତ ଦୁଇ ବର୍ଷ ମଧ୍ୟରେ ବହୁତ ଅଗ୍ରଗତି କରିଛି । ଭାରତ, ଆମେରିକା ଏବଂ ବ୍ରାଜିଲରେ ଏହି ଆପ୍ ବେଶ୍ ଲୋକପ୍ରିୟତା ହାସଲ କରିଛି ।

   Related Posts