ବିକାଶ ସ୍କୁଲରେ ଛାତ୍ର ମୃତ୍ୟୁ ଘଟଣା : ପ୍ରତିବାଦରେ ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ରାସ୍ତାରୋକ

Published By : Prameya-News7 Bureau | July 25, 2022 IST

ବରଗଡ ୨୫।୭: ବିକାଶ ସ୍କୁଲରେ ଛାତ୍ର ମୃତ୍ୟୁ ଘଟଣାର ପ୍ରତିବାଦ । ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ରାସ୍ତାରୋକ । ମୃତ ଛାତ୍ର ପ୍ରଥମ ଶ୍ରେଣୀର ଆଦିତ୍ୟରାଜ ସାହୁ ।

{"id":661162,"width":841,"height":463,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖରେ ସ୍କୁଲରେ ଖେଳ ପିରିୟଡରେ ଖେଳୁଥିବା ସମୟରେ ପଡିଯାଇ ଆଦିତ୍ୟ ସାହୁଙ୍କ ମୁଣ୍ଡ ଫାଟିଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୨୨ ତାରିଖରେ ଆଦିତ୍ୟଙ୍କର ମୃତ୍ୟୁ ହୋଇଥିଲା । ଏନେଇ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଧାନପାଲି ନିବାସୀ ଆଦିତ୍ୟଙ୍କ ବାପା ଉମେଶ ଚନ୍ଦ୍ର ସାହୁ ଓ ମା’ ନିବେଦିତା ସାହୁ । ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ସହ ସମ୍ପୃକ୍ତ ଖେଳ ଶିକ୍ଷୟିତ୍ରୀ ଓ ସ୍କୁଲ ଅଧ୍ୟକ୍ଷାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିବା ବେଳେ ଭବିଷ୍ୟତରେ କୌଣସି ଏଭଳି ଘଟଣାର ପୁନରାବୃତ୍ତି ନଘଟୁ ବୋଲି ଅଭିଭାବକମାନେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.