ଚେୟାରମ୍ୟାନଙ୍କ ବଦଳି ଦାବିରେ ବିଦ୍ୟାଳୟ ସମ୍ମୁଖରେ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ଧାରଣା

Published By : Prameya-News7 Bureau | August 23, 2022 IST

ଉଦଳା ୨୩।୮: ବିଦ୍ୟାଳୟରେ ଦିଆଯାଉଛି ନିମ୍ନମାନର ମଧ୍ୟାହ୍ନ ଭୋଜନ । ମଧ୍ୟାହ୍ନ ଭୋଜନରେ ହେଉଛି ପାତରଅନ୍ତର । ଆଉ ଏ ସବୁର ମୁଖ୍ୟ ସାଜିଛନ୍ତି ବିଦ୍ୟାଳୟ ଚେୟାରମ୍ୟାନ । ଯାହାକୁ ନେଇ ତାତିଛନ୍ତି ଅଭିଭାବକ ଏବଂ ଛାତ୍ରଛାତ୍ରୀ । ଚେୟାରମ୍ୟାନଙ୍କ ବଦଳି ଦାବିରେ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଅଭିଭାବକ ଏବଂ ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ବ୍ଲକ ଉପର ଖୁଣ୍ଟାପାଳ ପ୍ରାଥମିକ ବିଦ୍ୟାଳୟରେ ।

ସୂଚନାଯୋଗ୍ୟ ଯେ, ବିଦ୍ୟାଳୟର ଚେୟାରମ୍ୟାନ ପ୍ରତିମା ସେଠୀ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ରହିଥିବା ବେଳେ ବିଭିନ୍ନ ସମୟରେ ଛାତ୍ରଛାତ୍ରୀମାନଙ୍କୁ ନିମ୍ନ ମାନର ଭୋଜନ ଦେବା ସହିତ ପଚା ଅଣ୍ଡା ମଧ୍ୟ ଦେଉଥିବାର ଅଭିଯୋଗ ହୋଇଛି । ଏପରିକି ବହୁ ଦିନ ବିଦ୍ୟାଳୟରେ ଆବଶ୍ୟକତାଠାରୁ କମ୍ ରୋଷେଇ କରି ଛାତ୍ରଛାତ୍ରୀଙ୍କୁ ଦେଉଥିବା ବେଳେ ମଧ୍ୟାହ୍ନ ଭୋଜନରେ ବ୍ୟାପକ ହେରଫେର କରିଛନ୍ତି । ଯାହାକୁ ନେଇ ମଙ୍ଗଳବାର ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଏବଂ ଅଭିଭାବକ । ତୁରନ୍ତ ଚେୟାରମ୍ୟାନଙ୍କୁ ବହିଷ୍କାର କରା ନଗଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.