Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ, ଡିହକୁଳା-ଯାଜପୁର ମୁଖ୍ୟ ରାସ୍ତା ଅବରୋଧ

21/11/2022 at 5:34 PM

ଯାଜପୁର, ୨୦/୧୧: ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆନ୍ଦୋଳନ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଉତ୍ତରକୁଳ ପଂଚାୟତ ସରକାରୀ ବରକୋଟି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନରେନ୍ଦ୍ର ବାଗଲଙ୍କ ବଦଳି ପ୍ରତିବାଦରେ ଡିହକୁଳା-ଯାଜପୁର ମୁଖ୍ୟ ରାସ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣା ଦେଇଛନ୍ତି । ଶିକ୍ଷକ ନରେନ୍ଦ୍ର ବାଗଲଙ୍କ ବଦଳି ପ୍ରତିବାଦରେ ଏଭଳି ଆନ୍ଦୋଳନ କରାଯାଇଛି । ଡିହକୁଳା- ଯାଜପୁର ରାସ୍ତା ଅବରୋଧ କରିବା ଫଳରେ ଦୀର୍ଘ ସମୟ ପାଇଁ ଯାତାୟାତ ବନ୍ଦ ହୋଇଯାଇଛି । ଶିକ୍ଷକ ବଦଳି ପ୍ରତ୍ୟାହାର ନହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଦାବି କରିଛନ୍ତି l

   Related Posts