ଆଜି ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ହେଉଛି ପରେଡ ରିହଲସଲ

Published By : Prameya-News7 Bureau | January 24, 2019 IST

ଭୁବନେଶ୍ୱର ୨୪/୧ : ଆଜି ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ହେଉଛି ପରେଡ ରିହଲସଲ | ଭୁବନେଶ୍ୱର ଡିସିପି ଅନୁପ ସାହୁ ଏବଂ ଅନ୍ୟ ପୋଲିସ ଅଧିକାରୀ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି | ପୋଲିସ ଡିଜି ଆର.ପି.ଶର୍ମା ପହଂଚି ସାଧାରଣତନ୍ତ୍ର ଦିବସ ପାଇଁ ହେଉଥିବା ପ୍ରସ୍ତୁତିର ଅନୁଧ୍ୟାନ କରୁଛନ୍ତି | ଏଥର ପରେଡରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ପୋଲିସ, ଅଗ୍ନିଶମ ବିଭାଗ, ବାଟାଲିଅନ ଟିମ ସହ ୫୬ଟି ଗ୍ରୁପ ଭାଗ ନେଇଛନ୍ତି | ଚଳିତ ବର୍ଷ ପରେଡରେ ଆନ୍ଧ୍ର ପ୍ରଦେଶ ପୋଲିସ ଭାଗ ନେଉଛି | ଏହାସହ ମରଚାଣ୍ଟ ନେଭି ପ୍ରଥମଥର ପାଇଁ ଭାଗ ନେଉଛି | ଏହାସହ ଦୁଇଟି ଡେୟାର ଡେଭିଲ ଶୋ ମଧ୍ୟ କରାଯିବ | ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ |

{"id":77400}

OSAPର ଡିଆଇଜି ହିମାଂଶୁ ଲାଲଙ୍କ ତତ୍ତ୍ବାବଧାନରେ ପରେଡ ପରିଚାଳନା ହେବ । ରାଜ୍ୟପାଳ ଗଣେଶୀ ଲାଲ୍‌ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ । ସାଧାରଣତନ୍ତ୍ର ଦିବସ ପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି | ମାଓ ଉପଦ୍ରବ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି | ସବୁ ଏସ୍ପିମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି | ରାଜ୍ୟସ୍ତରୀୟ ପରେଡରେ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି | ଏହାସହ ୨ଟି ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍, ୧୫୦ ଅଫିସର ନିୟୋଜିତ ରହିବେ |
୬୦ଟି ସିସିଟିଭି ମଧ୍ୟ ଲଗାଯିବ ବୋଲି ଆର.ପି.ଶର୍ମା ସୂଚନା ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.