ବିଗ୍ ବସ୍ ପରେ ପାରସ-ଆକାଂକ୍ଷା ସେପାରେଟ୍ : ଆକାଂକ୍ଷାଙ୍କ ଆର୍ଥିକ ସହାୟତା ଆକ୍ଷେପକୁ ଅଗ୍ରାହ୍ୟ କଲେ ପାରସ,କହିଲେ ମୋ ପାଖରେ ଯଥେଷ୍ଟ ପଇସା ଅଛି
4/03/2020 at 3:33 PM

ମୁମ୍ବାଇ ୪/୩: ପାରସ ଛାବ୍ରା ବିଗ୍ ବସ୍ ୧୩ରେ ଏଣ୍ଟ୍ରି କରିବା ପୂର୍ବରୁ ଅଭିନେତ୍ରୀ ଆକାଂକ୍ଷା ପୁରୀଙ୍କ ସହ ରିଲେସନଶିପରେ ଥିଲେ। ଉଭୟଙ୍କ ମଧ୍ୟରେ ସବୁ କିଛି ଠିକ୍ ଚାଲୁନଥିଲା। ପାରସ ଚାହୁଁଥିଲେ ଆକାଂକ୍ଷାଙ୍କ ସହ ବ୍ରେକଅପ୍ କରିବାକୁ କିନ୍ତୁ ଆକାଂକ୍ଷା ଏଥିପାଇଁ ପ୍ରସ୍ତୁତ ନଥିଲେ। ବିଗ୍ ବସ୍ ୧୩ ପରଠୁ ଦୁହେଁ ପରସ୍ପରଠୁ ଅଲଗା ହୋଇଯାଇଥିଲେ। ନିକଟରେ ଏକ ସାକ୍ଷାତକାରରେ ପାରସ ତାଙ୍କ ବିଫଳ ସମ୍ପର୍କ ବିଷୟରେ କହିଛନ୍ତି।

ପାରସ କହିଥିଲେ ଯେ ସେ ଶୋକୁ ଯିବା ବେଳେ ଆକାଂକ୍ଷାଙ୍କୁ କହିଥିଲେ ଯେ ଶୋରୁ ଫେରିବା ପରେ ସେମାନେ ଏବିଷୟରେ ଆଉ ଆଲୋଚନା କରିବେ ନାହିଁ। ଆକାଂକ୍ଷା ବହୁତ ଭଲ ଭାବେ ଜାଣିଥିଲେ ଯେ ସେମାନଙ୍କ ସମ୍ପର୍କରେ ସବୁ କିଛି ଠିକ୍ ଚାଲିନଥିଲା।

ଆକାଂକ୍ଷା କହିଥିଲେ ଯେ ପାରସଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା ଏବଂ ସେ ତାଙ୍କ ଉପରେ ନିର୍ଭରଶୀଳ ଥିଲେ। ଏହାର ଜବାବରେ ପାରସ କହିଥିଲେ – ସେ ଆର୍ଥିକ କ୍ଷେତ୍ରରେ ସକ୍ଷମ ଥିଲେ ଏବଂ ସେ ଆକାଂକ୍ଷାଙ୍କ ଉପରେ ନିର୍ଭରଶୀଳ ନଥିଲେ।

ପାରସ ବିଗ୍ ବସ୍ ୧୩ ପରେ ଆକାଂକ୍ଷାଙ୍କ ସହ ବ୍ରେକଅପ୍ ଘୋଷଣା କରି ସାରିଛନ୍ତି ଏବଂ ସେପଟେ ଆକାଂକ୍ଷା ମଧ୍ୟ ସୋସିଆଲ ମିଡିଆରେ ପାରସଙ୍କଠୁ ଅଲଗା ହେବାର ଘୋଷଣା କରି ସାରିଛନ୍ତି। ବର୍ତ୍ତମାନ ପାରସ ନିଜ ନୂଆ ଶୋ ‘ମୁଝସେ ଶାଦି କରୋଗେ’ରେ ନିଜ ପାଇଁ ନୂଆ ଜୀବନସାଥୀ ଖୋଜୁଛନ୍ତି।
