ଶହନାଜଙ୍କ ସ୍ବୟମ୍ବର : ନିଜକୁ ଗାଳି ଦେଇଥିବା ପାରାଗ୍ଲାଡିଂ ମ୍ୟାନ ପହଞ୍ଚିଲେ ବର ହେବାକୁ
18/02/2020 at 10:08 AM

ମୁମ୍ବାଇ୧୮|୨: ବିଗ୍ବସ୍ ସିଜିନ ୧୩ ସରିବା ପରେ ଶହନାଜ ଗିଲ୍ଙ୍କୁ ଏକ ନୂଆ ଶୋ’ Mujse Shadi Karogi ଅଫର କରାଯାଇଛି। ଏହି ଶୋ’ରେ ତାଙ୍କ ସହ ପାରସ ଛାବଡା ମଧ୍ୟ ନଜର ଆସିବେ। ବିଗ୍ବସ୍ ଶୋ’ରେ ପଞ୍ଜାବ କି କ୍ୟାଟ୍ରିନା କୈଫ ନାଁରେ ଫେମସ ହୋଇଥିବା ଗାୟୀକା ଶେହନାଜ ଗିଲ୍ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ଏବେ ସେ ବିବାହ କରିବାକୁ ଯାଉଛନ୍ତି।

ବିଗ୍ବସ୍ ଘରୁ ବାହାରିବାର ଗୋଟେ ଦିନ ମଧ୍ୟରେ ହିଁ ଶେହନାଜ ଏହି ଶୋ’’ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ପୁଣି ଥରେ ସେ ନିଜ ସ୍ବୟମ୍ବର ଖୋଜିବା ପାଇଁ ଆଉ ତିନି ମାସ ପାଇଁ ସେହି ଘରେ ବନ୍ଦ ହେବାକୁ ଯାଉଛନ୍ତି। ଏହି ଘରେ ଉପସ୍ଥିତ ଥିବା ସମସ୍ତ ପ୍ରତିଯୋଗୀ ଶେହନାଜଙ୍କୁ ଇମ୍ପ୍ରେସ୍ କରିବେ। ଆଜି ହିଁ ଏହି ଶୋ’ କଲର୍ସ ଚ୍ୟାନେଲରେ ପ୍ରସାରିତ ହେବ। ଶେହନାଜଙ୍କୁ ବିବାହ କରିବା ପାଇଁ ଅନେକ ସ୍ଥାନରୁ ଭିନ୍ନ ପ୍ରକାରର ଯୁବକ ଏହି ଶୋ’ରେ ସାମିଲ ହୋଇଛନ୍ତି।

ଏଥିମଧ୍ୟରୁ ଜଣେ ଏମିତି ଯୁବକ ଅଛନ୍ତି ଯାହା ବିଷୟରେ ସମସ୍ତେ ଜାଣିଛନ୍ତି। ସେ ହେଉଛନ୍ତି ବିପିନ ସାହୁ। ବିପିନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ଉଚ୍ଚତାରୁ ଡରୁଥିବା ବିପିନ୍ଙ୍କର ମନାଲିରେ ପାରାଗ୍ଲାଡିଂର ଏକ ଭିଡିଓ ଖୁବ ଚର୍ଚ୍ଚାରେ ଥିଲା। ଏହି ଭିଡିଓରେ ସେ ନିଜକୁ ଖୁବ ଗାଳିଦେଇଥିଲେ।

ବିପିନ୍ଙ୍କର ଏହି ଭିଡିଓ ତାଙ୍କ ଭାଇ ୟୁଟ୍ୟୁବ୍ରେ ସେୟାର କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ସେ ରାତାରାତି ଫେମସ ହୋଇଥିଲେ। ତେବେ ବିପିନ୍ ମଧ୍ୟ ଶେହନାଜଙ୍କ ସ୍ବୟମ୍ବରରେ ପହଞ୍ଚିଛନ୍ତି। ମୁଝସେ ଶାଦି କରୋଗି ଶୋ’କୁ ମନୀଷ ପଲ୍ ହୋଷ୍ଟ କରିବେ। ଶେହନାଜଙ୍କର ଏହି ଶୋ’ରେ ତାଙ୍କ ଭାଇ ଶେହବାଜ ଗିଲ୍ ମଧ୍ୟ ନଜର ଆସିବେ।