AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ:୨୪ ଘଣ୍ଟାରେ ଦୁଇ ଦୁଇ ଥର ଚଢାଉ, ଦେଢ଼ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
  • ||
  • ଝାରସୁଗୁଡା: ନବଦାସ ହତ୍ୟା ଘଟଣା, ଅଭିଯୁକ୍ତ ଗୋପାଳର ହେବ ନାର୍କୋ ଟେଷ୍ଟ
  • ||
  • ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବୋମାମାଡ ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ଆନନ୍ଦପୁର: ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜୀବନ ବଞ୍ଚାଇବାକୁ ଦୌଡିଲେ ଲୋକେ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ଭୁବନେଶ୍ୱର: କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
  • ||

ପାରାଦୀପ ବନ୍ଦରର ପୁଣି ରେକର୍ଡ, ୪୦ ଦିନ ପୂର୍ବରୁ ହାସଲ କଲା ଟାର୍ଗେଟ

11/01/2023 at 1:14 PM

ପାରାଦୀପ ୧୧।୦୧ :  ପୁଣି ୧୦୦ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କଲା ପାରାଦୀପ ବନ୍ଦର । ଗତବର୍ଷ ଶହେ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କରିବା ପାଇଁ ୩୨୪ଦିନ ଲାଗିଥିବା ବେଳେ ଚଳିତବର୍ଷ ସେତିକି ପଣ୍ୟ କାରବାର ପାଇଁ ୨୮୨ଦିନ ଲାଗିଛି । ୪୦ ଦିନ ପୂର୍ବରୁ ଶହେ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ଏହି ରେକର୍ଡ କରିଛି ପାରାଦୀପ ବନ୍ଦର । ପୂର୍ବରୁ ପଣ୍ୟ କାରବାର କ୍ଷେତ୍ରରେ ଶହେ ମିଲିୟନ୍ ମେଟ୍ରିକ ଟନ୍ ହୋଇଥିଲେ ମଧ୍ୟ ଚଳିତବର୍ଷର ରେକର୍ଡ ବହୁ ପୂର୍ବରୁ ପାରାଦୀପ ବନ୍ଦର କରିପାରିଛି ବୋଲି ବନ୍ଦର ଅଧ୍ୟକ୍ଷ  ଏହି ସୂଚନା ଦେଇଛନ୍ତି ।

ତେବେ ୨୦୨୨/୨୩ ବର୍ଷ ଶେଷ ସୁଦ୍ଧା ୧୩୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର ଲକ୍ଷ୍ୟ ରଖିଥିବା ବେଳେ ଏହି ରେକର୍ଡକୁ ନେଇ ବନ୍ଦରର ସମସ୍ତ ଅଧିକାରୀ,ସମସ୍ତ ଟିମ୍,କର୍ମଚାରୀ, ରପ୍ତାନୀ ଓ ଆମଦାନୀ କାରି,ଷ୍ଟିଭେଡୋର୍ସ, କଷ୍ଟମ, ରେଲୱେ ଓ ରାଜ୍ୟ ସରକାରଙ୍କ ସମେତ ସମସ୍ତଙ୍କୁ ପାରାଦୀପ ବନ୍ଦର ପକ୍ଷରୁ ଧନ୍ୟବାଦ ଦିଆଯାଇଛି ।

ଚଳିତବର୍ଷ ପ୍ରଥମ ଥର ପାଇଁ ଗୁଜରାଟ, ରାଜସ୍ଥାନ, ହରିୟଣା ଓ ୟୁପିକୁ ଥର୍ମାଲ କୋଲ୍ ପରିବହନ ହେବା ସହିତ ବନ୍ଦରର ବର୍ଥକୁ ୧୮ ମିଟର ଗଭୀର କରାଯାଇ ବନ୍ଦରରେ କେପ୍ ସାଇଜ଼ ଜାହାଜ ଲାଗିବା ପାଇଁ ମାର୍ଚ୍ଚରୁ ଆରମ୍ଭ ହେବ ଓ୍ବେଷ୍ଟର୍ଣ୍ଣ ଡକ୍ ପ୍ରୋଜେକ୍ଟ । ସବୁ ବିଭାଗରେ ଉନ୍ନତ ହେଉଛି ପାରାଦୀପ ବନ୍ଦର । ଚଳିତବର୍ଷ ଠାରୁ ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ପାରାଦୀପ ବନ୍ଦର ବନ୍ଦର ପକ୍ଷରୁ କୌଣସି ଶୁଳ୍କ ବଢାଯିବ ନାହିଁ ବୋଲି ବନ୍ଦର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

   Related Posts