ପାରାଦୀପରେ ଥିବା ଭାରାତୀୟ ତଟରକ୍ଷୀ ବାହିନୀରେ ଅତ୍ୟାଧୁନିକ ଇଣ୍ଡିଆନ କୋଷ୍ଟଗାର୍ଡ ସିପ ‘ବିଜୟ’ ସାମିଲ
5/10/2018 at 10:52 AM

ପାରାଦୀପ ୫/୧୦ : ପାରାଦୀପରେ ଥିବା ଭାରାତୀୟ ତଟରକ୍ଷୀ ବାହିନୀରେ ସାମିଲ ହେଲା ଆଇସିଜି ବିଜୟ । ଅତ୍ୟାଧୁନିକ ଗ୍ୟାନକୌଶଳରେ ନିର୍ମିତ ଏହି ଜାହାଜଟି ଆଜିଠାରୁ ଭାରାତୀୟ ତଟରକ୍ଷୀ ବାହିନୀରେ ଯୋଗଦେବାକୁ ନେଇ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଦିଆଯାଇଥିଲା ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ।
ଭାରତୀୟ ତଟରକ୍ଷୀ ବାହିନିରେ ସାମିଲ ହୋଇଥିବା ଏହି ଅତ୍ୟାଧୁନିକ ଇଣ୍ଡିଆନ କୋଷ୍ଟଗାର୍ଡ ଜାହାଜ ବିଜୟ ଗତ ସପ୍ଟେମ୍ବର ୧୪ ତାରିଖ ଦିନ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟରେ ପ୍ରତିରକ୍ଷା ସଚିବ ସଜଂୟ ମିତ୍ରଙ୍କ ଉପସ୍ଥିତରେ ତଟରକ୍ଷୀ ବାହିନୀର ମହା ନିର୍ଦ୍ଦଶେକ ରାଜେନ୍ଦ୍ର ସିଂଙ୍କ ସମେତ ଅନେକ ପଦାଧିକାରୀ ମାନେ ଯୋଗଦେଇ ଦେଶର ସେବାପାଇଁ ପ୍ରତିରକ୍ଷା ବିଭାଗରେ ସାମିଲ ହୋଇଥିଲା । ପରେ ଏହାକୁ ପାରାଦିପ ଜିଲ୍ଲା ମୁଖ୍ୟାଳୟରେ ଲୋକାର୍ପିତ ହେବ ବୋଲି ଘୋଷଣା କରାଯାଇଥିଲା । ତେବେ ଆଜି ପାରାଦୀପ ପୋର୍ଟ ପିଆଇସିଟି ବର୍ଥରେ ଏହି ଜାହାଜକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ପାରାଦୀପ କୋଷ୍ଟଗାର୍ଡର ଡିଆଇଜି ରାଜେଶ ମକଓ।ନା ମୁଖ୍ୟ ଅତିଥୀଭାବେ ଯୋଗଦେଇ ଏହି ଅତ୍ୟାଧୁନିକ ଜାହାଜ ବିଜୟକୁ ଲୋକାର୍ପିତ କରି ପାରାଦୀପ ଉପକୁଳ ପାଇଁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ସାମିଲ କରାଇଥିଲେ ।
ଏହି ଅତ୍ୟାଧୁନିକ ଜାହାଜ ବିଜୟ ଚେନ୍ନାଇ ସ୍ଥିତ କିଟୁପଲ୍ଲି ଠାରେ ଥିବା ଏଲଅଣ୍ଡ ଟି ସିପ୍ ଆର୍ଡରେ ଅତ୍ୟାଧୁନିକ ଗ୍ୟାନକୌଶଳରେ ନିର୍ମିତ ହୋଇଛି । ଏହାର ଲମ୍ବ ୯୮ ମିଟର ଥିବା ବେଳେ ଓଜନ ପ୍ରାୟ ୨୧୦୦ମେଟ୍ରିକ ଟନ୍ ରହିଛି । ଏହାର ସ୍ପିଡ ୨୬ ନଟ୍ସ ୫୦୦୦ ନଟିକାଲ ମାଇଲ୍ସ ଥିବାବଳେ ଏଥିରେ ପ୍ରାୟ ୯୦୦୦ କିଲୋ ଲିଟର ଡିଜେଲ ବୋହି ନେବାର କ୍ଷମତା ରହିଛି । ଏହାର କମ୍ବାଇଡିଂ ଦାୟିତ୍ୱରେ କମାଣ୍ଡାଣ୍ଡ ଏଚ.ଜେ. ସିଂ ଥିବା ବେଳେ ଏଥିରେ ୧୨ ଜଣ ଅଧିକାରୀ ଓ ୯୧ ଜଣ ଜବାନ ରହିଛନ୍ତି । ତେବେ ଏହି ଜାହାଜ କେବଳ ଉପକୁଳ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ସହିତ ପ୍ରାକୃତିକ ବିପର୍ଯ୍ୟୟ ଯଥା ବାତ୍ୟା, ବନ୍ୟା, ଲଘୁଚାପ ଓ ଘୁର୍ଣିଝଡ ପରି ବିପଦ ସମୟରେ ଲୋକମାନଙ୍କ ଉଦ୍ଧାର କାର୍ଯ୍ୟ ମଧ୍ୟରେ ନିୟୋଜିତ ହେବ । ତେବେ ପୁର୍ବରୁ ସୁଜୟ ନାମକ ଜାହାଜଟି ଭାରତୀୟ ତଟରକ୍ଷୀ ବାହିନୀରେ ଯୋଗ ଦେଇଥିବାବେଳେ ଆଜି ଆଇସିଜି ବିଜୟର ସାମିଲକୁ ନେଇ ବଡ ଆଡମ୍ବରେ ଭବ୍ୟ ସ୍ବାଗତ କରାଯାଇଥିଲା ।