ତାତିଲେ ହାଣ୍ଡିଆ ଗ୍ରାମବାସୀ, ଘଣ୍ଟ ବାଡେଇ ଗାଁ ଠାକୁରାଣୀଙ୍କ ପାଖରେ ହେଲେ ଏକାଠି
21/12/2022 at 1:49 PM

ପାରାଦୀପ ୨୧।୧୨ : ବିଧାୟକଙ୍କ ଉପରେ ତାତିଲେ ହାଣ୍ଡିଆ ଗ୍ରାମବାସୀ । ଘଣ୍ଟ ବାଡ଼େଇ ଗାଁର ଠାକୁରାଣୀଙ୍କ ପାଖରେ ହେଲେ ଏକାଠି | ପାରାଦୀପରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀ ପାଇଁ ଏବେ ହାଣ୍ଡିଆ ଗାଁଟି ସମ୍ପୂର୍ଣ୍ଣ ବିସ୍ଥାପିତ ହେବାକୁ ଯାଉଛି । ଲୋକମାନଙ୍କୁ ଉପଯୁକ୍ତ ଥଇଥାନ ଓ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ବିଧାୟକ ପ୍ରତିଶୃତି ଦେଇ ପାଳନ କରିନାହାନ୍ତି |
ଖବର ଅନୁଯାୟୀ, ପାରାଦୀପରେ ଆର୍ସେଲ ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀ ପାଇଁ ହାଣ୍ଡିଆ ଗାଁଟି ସଂପୂର୍ଣ୍ଣ ବିସ୍ଥାପିତ ହେବାକୁ ଯାଉଛି । ହେଲେ କମ୍ପାନୀ ହାଣ୍ଡିଆ ଗାଁର ଯୁବକ ଏବଂ ଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଉନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ, ବୃଦ୍ଧା-ବୃଦ୍ଧଙ୍କୁ ଭତ୍ତା ପ୍ରଦାନ ଓ ପଞ୍ଚାୟତ ଭିତରେ ବିସ୍ଥାପନ କରିବାକୁ ଗ୍ରାମବାସୀମାନେ ଦାବି କରିଥିଲେ । କିନ୍ତୁ କମ୍ପାନୀ କିଛି ଶୁଣୁନଥିବାରୁ ଲୋକେ ପାଚେରୀ କାର୍ଯ୍ୟକୁ ମଧ୍ୟ ବନ୍ଦ କରିଛନ୍ତି । ଦାବି ପୂରଣ ନହେଲେ କମ୍ପାନୀ ଫାଟକ ଆଗରେ ଧାରଣା ଦେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି |