ବଟ ନଦୀ ଘେରିରେ ମାଛ ମଡକ, ପାଣିରେ ଭାସୁଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ
18/07/2023 at 2:30 PM

ପାରାଦୀପ ୧୮।୦୭ : ପାରାଦୀପ – ପିପିଏଲ ରାସ୍ତା ନିକଟ ବଟ ନଦୀ ଘେରିରେ ମାଛ ମଡକ। କ୍ଵିଣ୍ଟାଲ କ୍ଵିଣ୍ଟାଲ ରୋହି , ଭାକୁର , ଚାଇନା କଉ , ବାଳିଆ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି ।

ତେବେ ମାଛ ଗୁଡ଼ିକ ମରି ସ୍ଥାନୀୟ ଅଞ୍ଚଳରେ ଦୂର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ବଟନଦୀରେ ମାଛ ମଡ଼କ ଘଟଣା ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ଦେଖିବାକୁ ମିଳିଛି। ମାଛ ମରିବାର କାରଣ ଅସ୍ପଷ୍ଟ ଥିବା ବେଳେ କେମିକାଲ ମିଶା ଶୁଖୁଆ ପାଣି, ତାରେଣୀ ଗଡ଼ାର ଡ୍ରେନେଜ ପାଣି ସହ ବଟ ନଈର ବାଟ ପୋତିହୋଇ ପଡିଥିବାରୁ ଏଭଳି ସମସ୍ୟା ପ୍ରତ୍ୟେକ ବର୍ଷ ସୃଷ୍ଟି ହେଉଛି ।

ତେବେ ଯଦି ପଲୁସନ ବିଭାଗ ପାଣିକୁ ନେଇ ପରୀକ୍ଷା କରନ୍ତେ । ତେବେ ମାଛ ମଡ଼କର ସଠିକ୍ ତଥ୍ୟ ଜଣାପଡନ୍ତା ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।
Related Posts
ବଜାରରେ ପ୍ରବେଶ କଲା ରୋୟାଲ ଏନଫିଲ୍ଡର ହିମାଲୟନ
4 December 2023