କଳା ବ୍ୟାଚ ପିନ୍ଧି କାମରେ ଯୋଗ ଦେଲେ ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ
15/10/2018 at 3:14 PM

ପାରାଦୀପ ୧୫/୧୦ : ପ୍ରଶାସନର ପ୍ରତିଶୃତି ପରେ ବି କଳା ବ୍ୟାଚ ପିନ୍ଧି କାମରେ ଯୋଗ ଦେଇଛନ୍ତି ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ | ୨୨ ତାରିଖ ଯାଏଁ ଏମାନେ କଳା ବ୍ୟାଚ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିବେ | ୫ ଦଫା ଦାବି ନେଇ ତୈଳ ବିଶୋଧନାଗାର ପ୍ରଶାସନିକ ଭବନ ସମ୍ମୁଖରେ ସଂଘ କଳା ପତାକା ପ୍ରଦର୍ଶନ କରିଥିଲା | ଦରମା ବୃଦ୍ଧି, ମାସକୁ ମାସ ନିୟମିତ ଦରମା ପ୍ରଦାନ, ଗେଟ୍ ପାସ ପ୍ରଦାନ, ପୁରୁଣା ଶ୍ରମିକଙ୍କୁ ଛଟେଇ ନକରିବା ଭଳି ସଂଘର ୫ ଦଫା ଦାବି ରହିଛି | ପୂର୍ବରୁ ବିଭିନ୍ନ ଦାବି ନେଇ ଅଗଷ୍ଟ ୪ ତାରିଖରେ ଆନ୍ଦୋଳନ କରିଥିଲା ସଂଘ | ତେବେ ଦାବି ପୂରଣ ନହେବାରୁ ପୁଣି ଥରେ ଆନ୍ଦୋଳନ କୁ ଓହ୍ଲାଇଛି ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ |
Related Posts
ଖାଇବା ବେଳେ ବଚସା, ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼
6 February 2023
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023