୧୬ ମତ୍ସ୍ୟଜୀବୀ ନିଖୋଜ, ୫ ଦିନ ଯାଏଁ ମିଳିନି କୌଣସି ପତ୍ତା

Published By : Prameya-News7 Bureau | January 16, 2023 IST

ପାରାଦୀପ ୧୬।୦୧ : ପାରାଦୀପ ଉପକୂଳ ସମୁଦ୍ରରେ ୧୬ ମତ୍ସ୍ୟଜୀବୀ ନିଖୋଜ । ଏବେ ଯାଏଁ ମତ୍ସ୍ୟଜୀବୀଙ୍କ କୌଣସି ସୂଚନା ମିଳିନାହିଁ । କୋଷ୍ଟଗାର୍ଡ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଖବର ଅନୁଯାୟୀ, ଗତ ୫ ଦିନ ହେଲା ପାରାଦୀପ ମାଛ ଧରିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି ୧୬ ଜଣ ମତ୍ସ୍ୟଜୀବୀ। ସେମାନେ ବନ୍ଦରରୁ ଦେବୀ ଲକ୍ଷ୍ମୀ ଓ କିନ୍ନରା ବୋଟ୍ ରେ ମାଛ ଧରିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି । ଦୂର ସମୁଦ୍ର ମଧ୍ୟକୁ ଯାଇଥିବା ବେଳେ ତାଙ୍କର ଖୋଜ ଖବର ମିଳୁନଥିବା ସୂଚନା ମିଳିଛି। କୋଷ୍ଟଗାର୍ଡ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.