ଆଗ୍ରା: ହାଇଟେନସନ ତାରରେ ଲାଗିଲା ପାରାସୁଟ୍, ଯବାନଙ୍କ ମୃତ୍ୟୁ

Published By : Prameya-News7 Bureau | May 12, 2023 IST

ଆଗ୍ରା ୧୨।୫: ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲାରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ପାରାସୁଟ୍ ଜମ୍ପିଂ କାଳରେ ଜଣେ କମାଣ୍ଡୋଙ୍କର ମର୍ମନ୍ତୁଦ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ମଲପୁରା ଥାନା ଅଞ୍ଚଳରେ ପାରାସୁଟ୍ ଜମ୍ପିଂ ଚାଲିଥିବା ବେଳେ କମାଣ୍ଡୋଙ୍କ ପାରାସୁଟ ହାଇଟେନସନ ତାରରେ ଫସିଯିବା ଯୋଗୁ କମାଣ୍ଡୋ ଜଳି ଯାଇଛନ୍ତି। କମାଣ୍ଡୋଙ୍କ ପାରାସୁଟ୍ ହାଇଟେନସନ୍‌ ତାରରେ ଫଶିଯିବା ଦେଖି ଚାଷୀମାନେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚି କମାଣ୍ଡୋଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲ ପହଞ୍ଚାଇ ଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।  

{"id":785479,"width":839,"height":629,"sizeSlug":"full","linkDestination":"none"}

ମୃତ କମାଣ୍ଡୋଙ୍କର ଚିହ୍ନଟ ହୋଇଛି। ତାଙ୍କ ନାମ ଅଙ୍କୁର ଶର୍ମା ଓ ସେ ଜମ୍ମୁ-କାଶ୍ମୀରରେ ମୁତୟନ ଥିଲେ। କୁହାଯାଉଛି ମଲପୁରା ଡ୍ରପ ଜୋନରୁ ଦୂରରେ ଏହି ଦୁର୍ଘଟଣା ଘଟିଛି। ମଲପୁରାର ରୂପ ସିଂହ ସେନାରେ କାମ କରନ୍ତି। ସେ ଛୁଟିରେ ଘରକୁ ଆସିଥିବା ବେଳେ ଖେତକୁ ବୁଲି ଯାଇଥିଲେ। ଏହି ସମୟରେ ପାରାସୁଟ ଜମ୍ପ ହୋଇଥିଲା। ଡ୍ରପ ଜୋନରୁ ଦୂରରେ କମାଣ୍ଡୋଙ୍କର ପାରାସୁଟ୍ ହାଇଟେସନ ତାରରେ ଲାଗି ଯାଇଥିଲା। ଏହା ଦେଖି ସେ ଗ୍ରାମବାସୀଙ୍କୁ ଡାକ ପକାଇ ଯବାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ।

{"id":785482,"width":841,"height":625,"sizeSlug":"full","linkDestination":"none"}

ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚି ଯବାନଙ୍କ ଉଦ୍ଧାର କରିବା ସହ ମିଲେଟ୍ରି ହସ୍ପିଟାଲକୁ ପଠାଇଥିଲେ। ଉଦ୍ଧାର କାଳରେ ଯବାନ ଗୁରୁତର ଆହତ ଥିଲେ ବୋଲି ରୂପ ସିଂହ କହିଛନ୍ତି। ତାଙ୍କୁ  ବିଦ୍ୟୁତ ଆଘାତ ଲାଗିଥିଲା ଓ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇ ନିଆଯାଇଥିଲେ ବି ତାଙ୍କର ପ୍ରାଣ ରକ୍ଷା ହୋଇ ପାରିନାହିଁ। ଆଗ୍ରା ମଲପୁରାରେ ପ୍ରାୟତଃ ପାରାସୁଟ୍ ଜମ୍ପିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ତେବେ ଏହା ପ୍ରଥମ ଦୁର୍ଘଟଣା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.