ଶୀତୁଆ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ; ଉଦଘାଟିତ ହେଲା ‘ପରବ-୨୦୨୨’, ଢେମସା ବାଦ୍ୟରେ ନାଚିଲେ ନେତା ଓ ଜିଲ୍ଲାପାଳ

Published By : Prameya-News7 Bureau | December 18, 2022 IST

କୋରାପୁଟ ୧୮/୧୨- ଶୀତୁଆ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ । କୋରାପୁଟରେ ଜମୁଛି ‘ପରବ’ ଲୋକ ମହୋତ୍ସବ । ଦୁଲୁକିଲା ମଞ୍ଚ, ଆଦିବାସୀଙ୍କ ଢେମସା ବାଦ୍ୟର ତାଳେ ତାଳେ ନାଚିଲେ କୋରାପୁଟ ଜିଲ୍ଲାର ନେତା ଓ ଜିଲ୍ଲାପାଳ ।

କୋରାପୁଟରେ ଉଦଘାଟିତ ହୋଇଛି ‘ପରବ’-୨୦୨୨ ଲୋକ ମହୋତ୍ସବ । ଚଳିତ ବର୍ଷ ‘ପରବ’ ମହୋତ୍ସବର ରୌପ୍ୟ ଜୟନ୍ତ ପାଳନ କରୁଛି ଜିଲ୍ଲା ପ୍ରଶାସନ । ମହୋତ୍ସବରେ ମନ୍ତ୍ରୀ ଜଗନ୍ନାଥ ସାରକା ‘ପରବ’ ମହୋତ୍ସବର ମୁଖ୍ୟ ଆକର୍ଷଣ ପାଲଟିଛି ଇଣ୍ଡିଆ ଗେଟ୍ । ଅନ୍ୟପଟେ ଭଳି କି ଭଳି ରଙ୍ଗୀନ ଲେଜର ଲାଇଟ୍‌ ଦର୍ଶକଙ୍କ ମନମୋହୁଛି । ସଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଥିଲା ମଞ୍ଚ। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଉଦଘାଟନୀ ଉତ୍ସବ ସାମିଲ ହୋଇ ଆଦିବାସୀଙ୍କ ଢେମସା ବାଦ୍ୟର ତାଳେ ତଳେ ନାଚିଥିଲେ । କୋରାପୁଟ ଜିଲ୍ଲାପାଳ ଓ ଅନ୍ୟ ନେତାମାନେ ମଧ୍ୟ ଏଥିରେ ସାମିଲ ହୋଇ ନାଚିଛନ୍ତି ।     

କୋରାପୁଟ ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଅବଦଲ ମହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି ‘ପରବ’-୨୦୨୨ । ମହୋତ୍ସବରେ କୋରାପୁଟ ସାଂସଦ, ଜିଲ୍ଲାର ସମସ୍ତ ବିଧାୟକଙ୍କ ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା, କୋରାପୁଟ ଏସପି ଓ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ‘ପରବ’ ମହୋତ୍ସବରେ ୮ ଜଣ ଅତିଥିଙ୍କୁ ‘ପରବ’ ସମ୍ମାନରେ ସମ୍ମାନିତ କରାଯାଇଛି ।

ପ୍ରଥମ ସନ୍ଧ୍ୟାରେ ଶତାଧିକ ଲୋକଙ୍କ ସମାଗମ ହୋଇଥିବା ବେଳେ ରବିବାର ମୁଖ୍ୟ ସମାରୋହରେ ଲକ୍ଷାଧିକ ଲୋକଙ୍କ ଭିଡ଼ ହେବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.