କୋରାପୁଟ ମହୋତ୍ସବ ପରବ, ୨ୟ ସଂଧ୍ୟାରେ ଟ୍ରାଫିକ ଅବ୍ୟବସ୍ଥା ନେଇ ଲୋକେ ହଟହଟା

Published By : Prameya-News7 Bureau | December 19, 2022 IST

କୋରାପୁଟ ୧୯।୧୨ : କୋରାପୁଟ ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋତ୍ସବ ପରବ ରୌପ୍ୟ ଜୟନ୍ତୀର ୨ୟ ସଂଧ୍ୟା । ତେବେ ଏହି ୨ୟ ସଂଧ୍ୟାରେ ଟ୍ରାଫିକ ଅବ୍ୟବସ୍ଥା ଯୋଗୁଁ ଲୋକେ ହଟହଟା ହୋଇଥିଲା ।

ଖବର ଅନୁଯାୟୀ, ୨ୟ ସଂଧ୍ୟାରେ ଗାୟକ ମଣ୍ଟୁ ଛୁରିଆ ମୁଖ୍ୟ ଆକର୍ଷଣ ରହିଥିବାରୁ ପ୍ରବଳ ଭିଡ ହୋଇଥିଲା । କୋରାପୁଟ ରେଳବାଇ ଛକରୁ ଓଏମ୍‌ପି ପର୍ଯ୍ୟନ୍ତ ୬ ଘଣ୍ଟା ଯାଏଁ ରାସ୍ତା ଜାମ୍‌ ହୋଇଥିଲା ।   ଏପିରିକି ରାସ୍ତାରେ ଭିଡ ଲାଗି ଆମ୍ବୁଲାନ୍ସ ମଧ୍ୟ ଫସିଯାଇଥିଲା । ଗାୟକ ମଣ୍ଟୁ ଛୁରିଆ ମଧ୍ୟ ରାସ୍ତାଜାମରେ ଫସିଯାଇଥିଲେ ।  ପୋଲିସ ପ୍ରଶାସନ ସହାୟତାରେ ଗାୟକଙ୍କୁ ମଞ୍ଚକୁ ଅଣାଯିବା ପରେ ବିଳମ୍ବିତ ରାତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏକ ଲକ୍ଷରୁ ଅଧିକ ଲୋକେ ବିଳମ୍ବିତ ରାତି ଯାଏଁ ମଣ୍ଟୁ ଛୁରିଆଙ୍କ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ମହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ସୁନାବେଡା ହାଲର ଜିଏମ, ନାଲକୋ ଦାମନଯୋଡିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ , ମାଲକାନଗିରି ଜିଲ୍ଲାପାଳ , ଇଷ୍ଟକୋଷ୍ଟ ରେଲବାଇ ଡିଆରଏମ , ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି , ବିଏସଏଫ ଡିଆଇଜି , କୋବ୍ରା ୨୦୨ ଦୂର୍ଗପତୀ , ନବରଙ୍ଗପୁର ଜିଲ୍ଲାପାଳ ,କୋରାପୁଟ ଏସପି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶୀତୁଆ ରାତିରେ କୋଟପାଡ଼ ଢେମଶା ସହ ଖୋର୍ଦ୍ଧା ପାଇକ ଆଖଡ଼ା ଓ କାଶ୍ମୀର ପିହୁ ନାଚ ବେଶ ଆକର୍ଷଣ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.