ପପୁନି ସ୍ୱାଇଁ ମୃତ୍ୟୁ ମାମଲା, ପରିବାର ଆଣିଲେ ହତ୍ୟା ଅଭିଯୋଗ

Published By : Prameya-News7 Bureau | December 05, 2023 IST

ଭୁବନେଶ୍ୱର ୦୫।୧୨ : ଶିଶୁପାଳଗଡ଼ ଇନ୍ଦିରା କଲୋନୀରୁ ପପୁନି ସ୍ୱାଇଁଙ୍କ ମୃତଦେହ ଉଦ୍ଧାର ଘଟଣା । ମୁହଁ ଖୋଲିଛନ୍ତି ପରିବାର ଲୋକେ । ପପୁନିଙ୍କୁ ହତ୍ୟା କରାଯାଇଛି ଅଭିଯୋଗ ଆଣିଚନ୍ତି ପରିବାର ଲୋକେ । ତେଣୁ ଏହି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

wp:html /wp:html

ଖବର ଅନୁଯାୟୀ, ଗତ ସାତ ବର୍ଷ ଧରି ପପୁନିଙ୍କର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ସୋମବାର ପପୁନି ଝିଅ ରହୁଥିବା ଘରକୁ ଆସିଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିପାଇଁ ପପୁନି ଘର ଭିତରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଯୁବତୀ ଜଣଙ୍କ ପୋଲିସକୁ କହିଛନ୍ତି। ପରବର୍ତ୍ତୀ ସମୟରେ ପପୁନି ନିସ୍ତେଜ ଅବସ୍ଥାରେ ପଡିଥିବା ଦେଖି ଯୁବତୀ ଜଣକ ପରିବାର ଲୋକଙ୍କୁ ଫୋନରେ ଜଣାଇଥିଲେ । ଏହାପରେ ପରିବାର ଲୋକେ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲେ । ପରେ ପପୁନିଙ୍କ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ପପୁନିଙ୍କ ମୃତ୍ୟୁ ଘୋଷଣା କରିଥିଲେ ।

ସେପଟେ ଧଉଳି ଥାନା ପୋଲିସ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି । ପ୍ରାଥମିକ ଭାବେ ଯୁବକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

wp:embed {"url":"https://www.prameyanews7.com/cid-fame-actor-dinesh-fadnis-passed-away/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cid-fame-actor-dinesh-fadnis-passed-away/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.