scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କିଏ ସେହି ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ, ଯିଏ ପିଏମ ମୋଦୀଙ୍କ ପାଦ ଛୁଇଁ କରିଥିଲେ ସ୍ୱାଗତ

22/05/2023 at 11:27 AM

ନୂଆଦିଲ୍ଲୀ ୨୨/୦୫: ଇଣ୍ଡୋନେସିଆ ନିକଟ ପ୍ରଶାନ୍ତ ମହାସାଗରରେ ପପୁଆ ନ୍ୟୁ ଗିନି ଏକ ସ୍ୱାଧିୀନ ଦେଶ । ଏହା ଦକ୍ଷିଣ ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜର ଏକ ଗୋଷ୍ଠୀ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରେ ଯାଇଛନ୍ତି । ତେବେ ଏହା ପୂର୍ବରୁ ସେ ପପୁଆ ନ୍ୟୁ ଗିନି ବିମାନବନ୍ଦରରେ ପହଞ୍ଚିଥିଲେ ।

ତେବେ ମୋଦୀ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏଠାରେ ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମ୍ ମାରାପେ ତାଙ୍କ ପାଦ ଛୁଇଁ ତାଙ୍କୁ ସ୍ୱାଗତ କରିଥିଲେ । ଯାହାକି ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କିଏ ମାରାପେ? ଆସନ୍ତୁ ଜାଣିବା ତାଙ୍କ ସଂପର୍କରେ କିଛି ।


୨୦୧୯ ଠାରୁ ଜେମ୍ସ ମାରାପେ ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଅଛନ୍ତି । ଜେମ୍ସ ମାରାପେ ପଙ୍ଗୁ ପାର୍ଟି ରାଜନୈତିକ ଦଳର ଅଟନ୍ତି । ପପୁଆ ନ୍ୟୁ ଗିନିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପ୍ରଶାନ୍ତ ଦ୍ୱୀପ ଦେଶକୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହା ପ୍ରଥମ । ୧୯୯୩ ମସିହାରେ ଜେମ୍ସ ମାରାପେ ପପୁଆ ନ୍ୟୁ ଗିନି ବିଶ୍ୱବିଦ୍ୟାଳୟରୁ ଆର୍ଟରେ ସ୍ନାତକ ହାସଲ କରିଥିଲେ ।

ଜେମ୍ସ ମାରାପେ ପରିବେଶ ବିଜ୍ଞାନ ଏବଂ ବ୍ୟବସାୟ ପ୍ରଶାସନରେ ମଧ୍ୟ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ୨୦୧୯ ରେ ଜେମ୍ସ ମାରାପେ ପିପୁଲ୍ସ ନ୍ୟାସନାଲ ପାର୍ଟିରୁ ଇସ୍ତଫା ଦେଇଥିଲେ । ଏହା ପରେ ସେ ପାଙ୍ଗୁ ପାର୍ଟୀରେ ଯୋଗ ଦେଇଥିଲେ । ଜେମ୍ସ ମାରାପେ ପପୁଆ ନ୍ୟୁ ଗିନିର ଅଷ୍ଟମ ପ୍ରଧାନମନ୍ତ୍ରୀ ।

ପୂର୍ବ ସରକାରରେ ମଧ୍ୟ କ୍ୟାବିନେଟ ପଦବୀରେ ଅବସ୍ଥାପିତ ହୋଇଥିଲେ । ଜେମ୍ସ ମାରାପଙ୍କୁ ବର୍ତ୍ତମାନ ବୟସ ୫୨ ବର୍ଷ । ଖବର ଅନୁଯାୟୀ, ପିଏମ ମୋଦୀଙ୍କ ପାଦ ଛୁଇଁବା ବ୍ୟତୀତ ସେ ଦୁନିଆର ଅନ୍ୟ କୌଣସି ନେତାଙ୍କ ପାଇଁ ଏମିତି କରିନାହାଁନ୍ତି । ହେଲେ ଏବେ ସେ ଏପରି କରି ଚର୍ଚ୍ଚାର ସର୍ବାଗ୍ରେ ରହିଛନ୍ତି ।

   Related Posts