ସାରା ବିଶ୍ୱରେ ଭାରତର ବାହାବା, ପପୁଆ ନ୍ୟୁ ଗିନି ଏବଂ ଫିଜିରେ ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେଲେ ମୋଦୀ

Published By : Prameya-News7 Bureau | May 22, 2023 IST

ନୂଆଦିଲ୍ଲୀ ୨୨/୦୫: ବୈଶୟିକ ନେତୃତ୍ବ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଦି କମ୍ପାନିଅନ୍ ଅଫ୍ ଦି ଅର୍ଡର୍ ଅଫ୍ ଫିଜି’ ପ୍ରଦାନ କରାଯାଇଛି। ଫିଜିର ପ୍ରଧାନମନ୍ତ୍ରୀ ସିଟିଭିନି ରାବୁକାଙ୍କଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପଦକ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ଭାରତ ପାଇଁ ଏହା ବିଶେଷ ସମ୍ମାନ ।

wp:html /wp:html wp:html /wp:html

ଏପର୍ଯ୍ୟନ୍ତ ମାତ୍ର ସ୍ୱଳ୍ପ କେତେଜଣ ଅଣ-ଫିଜୀୟ ଏହି ସମ୍ମାନ ପାଇଛନ୍ତି । ଏହି ସମ୍ମାନକୁ ପ୍ରଧାନମନ୍ତ୍ରୀ ମୋଦୀ ‘ଫିଜି-ଭାରତୀୟ’ ପିଢ଼ିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିବା ଟୁଇଟ୍ କରି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି । ନ୍ୟୁ ପପୁଆ ଗିନିରେ ଆୟୋଜିତ ‘ଫୋରମ୍ ଫର୍ ଇଣ୍ଡିଆ-ପେସିଫିକ୍ ଆଇଲାଣ୍ଡସ୍ କୋଅପରେସନ୍ ’ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୂଚନାଥାଉକି, ରବିବାର ଜାପାନ ହିରୋସୀମାରେ ଜି-୭ ସମ୍ମିଳନୀରେ ଯୋଗ ଦେବା ପରେ ପାପୁଆଁ ନ୍ୟୁଗିନି ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାପୁଆଁ ନ୍ୟୁଗିନିରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ବାଗତ ମଧ୍ୟ କରାଯାଇଥିଲା। ତେବେ ସେଠାରୁ ପ୍ରଧାନମନ୍ତ୍ରୀଙ୍କ ସିଡନୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସିଡନୀ ପାଇଁ ଅଷ୍ଟେ୍ରଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.