ପପୁଙ୍କ ପିଛା ଛାଡୁନି ବିବାଦ, ରାନୁ ମଣ୍ଡଳଙ୍କୁ ନକଲ କରି ପୁଣି ବିବାଦରେ!

Published By : Prameya-News7 Bureau | August 26, 2019 IST

ଭୁବନେଶ୍ୱର -- ପପୁ ପମ୍‌ପମ୍‌ଙ୍କର ବିବାଦ ପିଛା ଛାଡୁନାହିଁ । ଏବେ ନିଜର ପୋଷ୍ଟର ପାଇଁ ବିବାଦରେ ଛନ୍ଦି ହୋଇଯାଇଥିବା ପପୁ ପମ୍‌ ପମ୍‌ ପୁଣି ଏକ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଏବେ ସାରା ଦେଶରେ ନିଜର ସୁନ୍ଦର କଣ୍ଠ ପାଇଁ ପ୍ରସିଦ୍ଧି ଲାଭ କରିଥିବା ରାନୁ ମଣ୍ଡଳଙ୍କୁ ନକଲ କରି ଗୀତ ଗାଇବା ପାଇଁ ତାଙ୍କୁ ଅନେକ ସମାଲୋଚନା କରିଛନ୍ତି । ସାମାଜିକ ଗଣମାଧ୍ୟମରେ ମଧ୍ୟ ପପୁଙ୍କୁ ଟ୍ରୋଲ କରାଯାଇଛି ।

{"id":149369,"align":"left","width":236,"height":191}

ଗତ କିଛିଦିନ ତଳେ ସିନେମା ପୋଷ୍ଟରେ ମହିଳାଙ୍କ ଅସମ୍ମାନ କରିବା ଅଭିଯୋଗରେ ପପୁଙ୍କ ନାମରେ ଥାନାରେ ଅଭିଯୋଗ ଦାୟର କରାଯାଇଥିଲା , ଦୁତୀ ଚାନ୍ଦଙ୍କ ବିରୋଧରେ ମନ୍ତବ୍ୟ ଦେବା ପ୍ରସଙ୍ଗରେ ମଧ୍ୟ ତାଙ୍କୁ ସମାଲୋଚନା କରାଯାଇଥିଲା ଏବେ ରାନୁ ମଣ୍ଡଳଙ୍କୁ ନକଲ କରିବା ପ୍ରସଙ୍ଗରେ ତାଙ୍କୁ ଅନେକ ସମାଲୋଚନା କରିଛନ୍ତି । ଜଣେ କଳାକାର ହୋଇ ଆଉଜଣେ କଳାକାରଙ୍କୁ ପରିହାସ କରିବା ଠିକ୍‌ ନୁହେଁ ବୋଲି ଅନେକ ଉଲ୍ଲେଖ କରିଛନ୍ତି ।
ପପୁଙ୍କର ଭାଇରାଲ୍‌ ହୋଇଥିବା ଭିଡିଓରେ ସେ ଏକ ଶାଢୀ ପିନ୍ଧି ରାନୁଙ୍କ ଲୋକପ୍ରିତ ଗୀତ ତେରି ମେରି …… ଗୀତକୁ ଗାଉଥିବା ଶୁଣିବାକୁ ମିଳିଛି । ଏଥିରେ ଆଉଜଣେ କଳାକାର ହିମେଶ ରେଶମେୟାଙ୍କୁ ଅନୁକରଣ କରିଛନ୍ତି ।

wp:core-embed/facebook {"url":"https://www.facebook.com/100027338703784/videos/364155674505720/?t=38","type":"video","providerNameSlug":"facebook","className":""}
https://www.facebook.com/100027338703784/videos/364155674505720/?t=38
/wp:core-embed/facebook {"id":149370,"align":"right","width":187,"height":167}

ସୂଚନା ଯୋଗ୍ୟ ଟ୍ରେନରେ ଗୀତ ଗାଇ ଭିକ୍ଷାବୃତ୍ତି କରୁଥିବା ରାନୁ ମଣ୍ଡଙ୍କୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓ ବେଶ୍‌ ପ୍ରସିଦ୍ଧି ଆଣି ଦେଇଥିଲା ।। ପ୍ରଥମେ ରାନୁ ପଶ୍ଚିମ ବଙ୍ଗ ରାଣାଘାଟ ରେଲୱେ ଷ୍ଟେସନରେ ଗୀତ ଗାଇ ଜୀବନଯାପନ କରୁଥିଲେ। ପୁରୁଣା ଗୀତ ଗାଇ ସେ ରେଲୱେ ଷ୍ଟେସନରେ ଅନେକ ଲୋକଙ୍କ ମନ ଶାନ୍ତ କରୁଥିଲେ। କିଛି ଲୋକ ଗୀତ ଶୁଣିବା ପାଇଁ ଠିଆ ହୋଇଯାଉଥିଲେ ତ ଆଉ କିଛି ନଦେଖି ଚାଲିଯାଉଥିଲେ।ରାନୁ ବିଶେଷକରି ଲତା ମଙ୍ଗେସକରଙ୍କ ଗୀତ ଗାଆନ୍ତି। ତେବେ ଷ୍ଟେସନରେ ଗୀତ ଗାଉଥିବା ବେଳେ ଅତିନ୍ଦ୍ର ଚକ୍ରବର୍ତ୍ତୀ ସେଠାରେ ଉପସ୍ଥିତ ଥିଲେ। ଷ୍ଟେସନରେ ଗୀତ ଗାଉଥିବା ସମୟରେ ଅତିନ୍ଦ୍ର ମୋବାଇଲରେ ଗୀତଟିକୁ ରେକର୍ଡିଂ କରି ନିଜର ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଦେଇଥିଲେ।‘ଏକ୍‌ ପ୍ୟାର୍‌ କା ନଗ୍‌ମା’ ଗୀତ ଗାଇ ରାତାରାତି ଷ୍ଟାର ହୋଇଗଲେ ରାନୁ।ଧୀରେ ଧୀରେ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ ହେବାକୁ ଲାଗିଲା। ଭୋକ ମେଣ୍ଟାଇବା ପାଇଁ ଷ୍ଟେସନରେ ଗୀତ ଗାଉଥିବା ମହିଳାଙ୍କୁ ଏବେ ବହୁତ ବଡ ବଡ ଅଫର୍ସ ଆସିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.