ଦେଓଘର ୨୮।୧୦: ବିହାର ପୂର୍ଣ୍ଣିଆ ଲୋକସଭା ଆସନରୁ ସାଂସଦ ପପୁ ଯାଦବ ସୋମବାର ନିର୍ବାଚନ ପ୍ରଚାର ନିମନ୍ତେ ଝାଡଖଣ୍ଡରେ ପହଞ୍ଚିଛନ୍ତି। ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଲାଗି ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମ ସହ ଆଲୋଚନା କରିଥିବା ବେଳେ ମୁଁ ଜନତାଙ୍କ ସେବା ପାଇଁ କାମ କରୁଥିବା କହିଛନ୍ତି। ଏହା ଛଡା ସୋମବାର ସକାଳେ ତାଙ୍କୁ ମିଳିଥିବା ହତ୍ୟା ଧମକ ସମ୍ପର୍କରେ ମଧ୍ୟ କହିଛନ୍ତି।
ସେ କହିଛନ୍ତି ଯେ ମୋର କାହା ସହିତ କୌଣସି ବ୍ୟକ୍ତିଗତ ଝଗଡା ନାହିଁ। ବିଚାରର କଥା କହୁଛି, କାହାକୁ ଭଲ ନ ଲାଗିଲେ ମୋର ଯାଏ ବା ଆସେ ନାହିଁ। ମୁଁ ବିଚାରର କଥା ହିଁ କହିବି। ମୋତେ ସୁରକ୍ଷା ଯୋଗାଇ ଦେବା ନ ଦେବା ଏବେ ସରକାରଙ୍କ ଦାୟିତ୍ୱ। ଝାଡଖଣ୍ଡରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ପରେ ପପୁ ଯାଦବ କହିଛନ୍ତି ଯେ ମୁଁ ସାମାଜିକ ନ୍ୟାୟର ଲଢେଇ ଅନେକ ତଳ ଉପର ଦେଖିଛି। କାହା ସହିତ ମୋର ବ୍ୟକ୍ତିଗତ ଝଗଡା ନାହିଁ। ମୁଁ କେବଳ ପ୍ରସଙ୍ଗରେ କହିଛି। ମୋତେ ସୁରକ୍ଷା ଯୋଗାଇ ଦେବା ସରକାରଙ୍କ କାମ।
#WATCH | Madhupur, Deoghar, Jharkhand: On alleged death threat to him, Independent MP from Bihar's Purnia, Pappu Yadav says, "...I have seen a lot of ups and downs in the fight for social justice...I don't have any personal fight with anyone. I only talk about issues...It is the… pic.twitter.com/ZpdTKAu92X
— ANI (@ANI) October 28, 2024
ଉଲ୍ଲେଖଯୋଗ୍ୟ ଯେ ବିହାର ପୁର୍ଣ୍ଣିୟା ଲୋକସଭା ଆସନରୁ ସାଂସଦ ପପୁ ଯାଦବଙ୍କୁ ସୋମବାର ସକାଳେ ହତ୍ୟା ଧମକ ମିଳିଥିଲା। ଏହି ଧମକ ଲରେନ୍ସ ବିଶ୍ନୋଇର ଭାଇ ହ୍ୱାଟସଅପ ଅଡିଓ କଲରେ ଦେଇଥିଲା। ପପୁ ଯାଦବଙ୍କୁ ମିଳିଥିବା ଏହି ଧମକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଅଡିଓ କଲ ସମ୍ପର୍କିତ ହ୍ୱାଟସଆପର ସ୍କ୍ରିନ ସଟ୍ ମଧ୍ୟ ଏବେ ସାମ୍ନାକୁ ଆସିଛି। ତେବେ ଏହି ଧମକ ପୂର୍ବରୁ ପପୁ ଯାଦବ ଗତ ୨୧ ଅକ୍ଟୋବରରେ କେନ୍ଦ୍ର ଗୃହମନ୍ତ୍ରାଳୟଙ୍କୁ ତାଙ୍କ ସୁରକ୍ଷା ବଢେଇବା ପାଇଁ ନିବେଦନ କରିଥିଲେ।