ବାହୁବଳୀ ନେତା ପପୁ ଯାଦବଙ୍କ କାରକେଡ୍ରେ ଦୁର୍ଘଟଣା, ଜିଲ୍ଲା ଅଧ୍ୟକ୍ଷଙ୍କ ସହ ଦୁଇ ଗୁରୁତର
14/02/2023 at 3:39 PM

ପାଟନା: ବିହାର ବାହୁବଳୀ ନେତା ତଥା ଜନ ଅଧିକାର ପାର୍ଟିର ମୁଖ୍ୟ ରାଜେଶ ରଞ୍ଜନ ଓରଫ ପପୁ ଯାଦବଙ୍କ କାରକେଡରେ ଥିବା ଦୁଇ ଗାଡି ଦୁର୍ଘଟଣାର ଶିକାର ହୋଇଛି । ବିହାରର ବକ୍ସର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ମଙ୍ଗଳବାର ପୋଲିସ ସୂଚନା ଦେଇଛି । ପୋଲିସ ସୂଚନା ଅନୁସାରେ ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି ।

ଜନ ଅଧିକାରୀ ପାର୍ଟିର ବକ୍ସର ଜିଲ୍ଲା ଅଧ୍ୟକ୍ଷ ସୁନୀଲ କୁମାର ଏବଂ ତାଙ୍କ ଗାଡ଼ି ଡ୍ରାଇଭର ଏହି ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣାରେ ପପୁ ଯାଦବ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ପୋଲିସ ଅଧିକାରୀ କହିଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପିସିଆରକୁ ସୂଚନା ଦେଇଥିଲେ । ଖବର ପାଇ ବ୍ରହ୍ମପୁର ଏବଂ ଶାହାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।