ପେପର୍ କିମ୍ବା ବାଉଁଶ ଷ୍ଟ୍ରରେ ଜୁସ୍ ପିଉଥିଲେ ସାବଧାନ! ଗବେଷଣା ରିପୋର୍ଟରେ ଆସିଲା ସାଂଘିତକ ତଥ୍ୟ, ଜାଣିଲେ ଭୟ ଲାଗିବ
26/08/2023 at 10:25 PM

ନୂଆଦିଲ୍ଲୀ: ପ୍ଲାଷ୍ଟିକ୍ ବ୍ୟବହାରକୁ କମ୍ କରିବାକୁ ଏବେ ଅନେକ ସ୍ଥାନରେ କାଗଜର ବ୍ୟବହାର ହେଉଛି। କାଗଜ ଖୋଳ, ବ୍ୟାଗ୍, ଏମିତିକି କାଗଜର ଷ୍ଟ୍ର ମଧ୍ୟ ବ୍ୟବହାର ହେଲାଣି। ଆପଣ ଯେ କୌଣସି ଛୋଟ ଦୋକାନ କି ରେସ୍ତୋରାଁ ଯିବେ ସେଠାରେ ଆପଣଙ୍କୁ ଜୁସ୍ କିମ୍ବା ସର୍ବତ ପିଇବାକୁ ରଙ୍ଗବେରଙ୍ଗର କାଗଜ ଷ୍ଟ୍ର ଦିଆଯିବ। ପ୍ଲାଷ୍ଟିକ୍ର ବ୍ୟବହାର ରୋକିବାକୁ କାଗଜର ବ୍ୟବହାର ଏକ ଭଲ ପଦକ୍ଷେପ ନିଶ୍ଚିତ, ହେଲେ ଏହାରି ଭିତରେ କାଗଜ ବାଉଁଶରେ ତିଆରି ଷ୍ଟ୍ରକୁ ନେଇ ଏକ ଭୟଙ୍କର ଗବେଷଣା ରିପୋର୍ଟ ଆସିଛି ଯାହା ଆପଣଙ୍କୁ ଡରାଇ ଦେବ। ଆଜ୍ଞା ହଁ..।
କାଗଜ ଷ୍ଟ୍ର ତିଆରି କରିବାରେ ଏମିତି ଏକ କେମିକାଲର ବ୍ୟବହାର କରାଯାଉଛି। ଯାହା ଆପଣଙ୍କ ଶରୀର ପାଇଁ ବିପଦଜନକ। ଏଣୁ ଏଭଳି କାଗଜ ଷ୍ଟ୍ରର ବ୍ୟବହାର ଶରୀର ପାଇଁ ହାନିକାରକ ମଧ୍ୟ କୁହାଯାଉଛି।
ପଢ଼ନ୍ତୁ-ଏବେ ପବନ ନୁହେଁ ପାଣି ଦ୍ୱାରା ବ୍ୟାପିବ କରୋନା, ଜାଣନ୍ତୁ କ’ଣ କହୁଛନ୍ତି WHO
ଗବେଷଣାରେ ରିପୋର୍ଟ ଭୟଙ୍କର ତଥ୍ୟ
ସ୍କାଏ ନ୍ୟୁଜ୍ ଅନୁଯାୟୀ, ବେଲଜିୟମର କିଛି ରିସର୍ଚର୍ ଏକ ଅଧ୍ୟୟନ କରି ଜାଣିବାକୁ ପାଇଛନ୍ତି ଯେ କାଗଜ ଷ୍ଟ୍ରରେ ଯେ କୌଣସି ପାନୀୟ ଦ୍ରବ୍ୟ ପିଇବା କ୍ଷତିକାରକ ହୋଇପାରେ। ଗବେଷଣାରେ କୁହାଯାଇଛି ଯେ ଏହି ଷ୍ଟ୍ର ଗୁଡ଼ିକରେ କିଛି ବିଷାକ୍ତ ରାସାୟନିକ ପଦାର୍ଥ ରହିଛି, ଯାହା ମଣିଷ ପାଇଁ ବିପଦଜନକ ହେବା ସହ ଜୀବ ଜଗତର ଅନ୍ୟ ଜୀବ ଓ ପରିବେଶ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରେ। ଯେତେବେଳେ ଷ୍ଟ୍ରଗୁଡ଼ିକ ଉପରେ ଗବେଷଣା କରାଯାଇଥିଲା ସେତେବେଳେ କାଗଜ ଏବଂ ବାଉଁଶ ନିର୍ମିତ ଷ୍ଟ୍ରରେ ପଲି- ଓ ପରଫ୍ଲୁଓରୋଆଲ୍କି(poly- and perfluoroalkyl ବା ପିଏଫ୍ଏସ୍) ନାମକ ଏକ ରାସୟନିକ ପଦାର୍ଥ ମିଳିଥିଲା। ଆଉ ଏହି ରସାୟନିକ ପଦାର୍ଥର କୁ ପରିଣାମ ଜାଣିଲେ ଆପଣ ବି ଡରିଯିବେ।
ପିଏଫ୍ଏସର୍ କ୍ଷତିକାରକ ପ୍ରଭାବ
ପିଏଫ୍ଏସ୍ ହେଉଛି ଏକ ସିନ୍ଥେଟିକ୍ କେମିକାଲ। ଯାହା ଶରୀର ବହୁଦିନ ଧରି ରହିପାରିବ। ହେଲେ ଏହି ରସାୟନିକ ପଦାର୍ଥ ଜୁସ୍ କିମ୍ବା ସର୍ବତରେ ମିଶି ଯାଉଛି କି ନା ତାହା ଗବେଷଣାରେ ଜଣାପଡ଼ି ନାହିଁ। ଗବେଷଣା ଅନୁସାରେ, ଏହି ରାସାୟନିକ ପଦାର୍ଥ ଆପଣଙ୍କ ଶରୀରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ। ଫଳରେ ଥାଇରଏଡ, କୋଲେଷ୍ଟ୍ରଲ ବୃଦ୍ଧି, ଯକୃତ ସମସ୍ୟା, କିଡନୀ କର୍କଟ, କମ୍ ଜନ୍ମ ଓଜନ, ଟୀକାକରଣର କମ୍ ପ୍ରଭାବ ଭଳି ସମସ୍ୟା ଦେଖା ଦେଇପାରେ। ତେବେ କୌଣସି ଷ୍ଟିଲ୍ ଷ୍ଟ୍ରରେ PFASର ଚିହ୍ନବର୍ଣ୍ଣ ମିଳି ନଥିଲା। ତେଣୁ ଷ୍ଟିଲ୍ ଷ୍ଟ୍ର ସୁରକ୍ଷିତ ବୋଲି କୁହାଯାଇଛି। କାଗଜ ଷ୍ଟ୍ରଗୁଡ଼ିକରେ ୱାଟର କୋଟିଂର ହିଁ PFAS ରସାୟନିକ ରହୁଛି ବୋଲି ଗବେଷଣାରେ ଜଣାପଡ଼ିଛି।
ପଢ଼ନ୍ତୁ-ଜହ୍ନ ମାମୁଁଙ୍କ ପରେ ଏବେ ସୂର୍ଯ୍ୟଙ୍କ ପାଳି, ୬ ଦିନ ପରେ ମହାକାଶ ଯାତ୍ରା କରିବ ଆଦିତ୍ୟ L-1