ପନ୍ଥଙ୍କୁ ସୁଯୋଗ ପରେ ସୁଯୋଗ, ଟ୍ୟାଲେଣ୍ଟ ଥାଇ ବି ଡଗ୍‌ଆଉଟରେ ସଞ୍ଜୁ : ଦିନିକିଆ ସିରିଜ୍‌ରେ ମିଳିବ କି ଚାନ୍ସ ?

Published By : Prameya-News7 Bureau | November 24, 2022 IST

ମୁମ୍ବାଇ ୨୪।୧୧: ଜଣେ ସୁଯୋଗ ପାଇ ବି ଫେଲ୍ । ଆଉ ଜଣେ ସୁଯୋଗ ଅପେକ୍ଷାରେ । ଯେତେବେଳେ ସୁଯୋଗ ମିଳିଲା, ଖେଳାଳି ଜଣଙ୍କ ଭଲ ଖେଳିଲା ।  ଲଗାତର ଭାବେ ଜଣେ ଖେଳାଳିଙ୍କୁ ଖେଳିବାକୁ ପ୍ରୋତ୍ସାହିତ କରାଯାଉଛି । ହେଲେ ଆଉ ଜଣଙ୍କ ପାଖେ ଟ୍ୟାଲେଣ୍ଟ ଥାଇ ସେ ଡଗ୍‌ଆଉଟ୍‌ରେ । ଏପରି ଭେଦଭାବ କାହିଁକି । ଯଦି ଏହା ଭେଦଭାବ ନୁହଁ । ଆମେ କହୁଛି ରିଷଭ ପନ୍ଥ ଏବଂ  ସଞ୍ଜୁ ସାମ୍‌ସନ୍‌ଙ୍କ ବିଷୟରେ ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଟି-୨୦ ସିରିଜ୍ ସରିଛି । ଏଥିରେ ଟିମ୍ ଇଣ୍ଡିଆ ୧-୦ରେ ସିରିଜ୍ ବିଜୟୀ ହୋଇଛି । ହେଲେ ଏହି ସିରିଜ୍‌ରେ ଉଠିଛି ଅନେକ ପ୍ରଶ୍ନ । ଟିମ୍‌ର କିଛି ଖେଳାଳିଙ୍କୁ ଛାଡି ଆଉ କୌଣସି ପ୍ଲେୟାର ଫର୍ମରେ ନାହାନ୍ତି । ସୁଯୋଗ ପାଇ ବି ଫେଲ୍ ହୋଇଚାଲିଛନ୍ତି। ଏହିକ୍ରମରେ ପ୍ରଥମ ନାଁ ଆସୁଛି ଓ୍ୱିକେଟ୍ କିପର ବ୍ୟାଟସମ୍ୟାନ୍ ରିଷଭ ପନ୍ଥ । ଯିଏ ଟି-୨୦ ଟିମ୍‌ ଟିମ୍‌ ଉପ-ଅଧିନାୟକ ମଧ୍ୟ । ହେଲେ ଲାଭ କଣ ?  ଉପ-ଅଧିନାୟକ ପଦ ପାଇଲେ, ଓପନିଂ ସ୍ଲଟ ବି ପାଇଲେ । ହେଲେ ତାପରେ ବି ଫେଲ୍ । ୨୦୨୨ରେ ୨୦ଟି ଟି-୨୦ ମ୍ୟାଚ୍ ଖେଳି ପନ୍ଥ କରିଛନ୍ତି ମାତ୍ର ୩୫୩ ରନ୍ । ଏଥିରେ ୫୨ ରହିଛି ସର୍ବାଧିକ ରନ୍ ।

ସେପଟେ ଡଗ୍‌ଆଉଟ୍‌ରେ ବସିଥିବା ସଞ୍ଜୁ ସାମସନ୍‌ଙ୍କ ରେକର୍ଡ ବି ଜବରଦସ୍ତ । ୨୦୨୨ରେ ସଞ୍ଜୁ ସାମ୍‌ସନ୍‌ ୫ଟି ଟି-୨୦ ମ୍ୟାଚ୍ ଖେଳି କରିଛନ୍ତି ୧୭୯ ରନ୍ । ଯେଉଁଥିରେ ସର୍ବାଧିକ ରନ୍ ୭୭ ରହିଛି । ୧୫୮ ଷ୍ଟ୍ରାଇକ୍ ରେଟ୍ରେ ସଞ୍ଜୁ ସାମ୍‌ସନ୍‌ ଏହି ରନ୍ ସଂଗ୍ରହ କରିଛନ୍ତି । କିନ୍ତୁ ପନ୍ଥ ମାତ୍ର ୧୩୧ର ଷ୍ଟ୍ରାଇକ୍ ରେଟ୍‌ରେ ରନ୍ ସଂଗ୍ରହ କରିଛନ୍ତି । ଲଗାତର ଭାବେ ଜଣେ ଖେଳାଳିଙ୍କୁ କାହିଁକି ଅଣଦେଖା କରାଯାଉଛି । ଏ କଥା ଆମେ କହୁନାହିଁ ସୋସିଆଲ୍ ମିଡିଆରେ ଫ୍ୟାନ୍ସମାନେ କହୁଛନ୍ତି ।

ତେବେ କୁହାଯାଏ କି ଭାରତରେ କ୍ରିକେଟ୍‌ର ଟ୍ୟାଲେଣ୍ଟ କମ୍ ନାହିଁ । ଯଦି ଟ୍ୟାଲେଣ୍ଟ କମ୍ ନାହିଁ , ତେବେ କାହିଁକି ଫେଲ୍ ମାରୁଥିବା ଜଣେ ଖେଳାଳିଙ୍କୁ ଲଗାତର ଭାବେ ସୁଯୋଗ ଦିଆଚାଲିଛି । ଆଉ ସେହି ଖେଳାଳିକୁ ଡଗ୍ଆଉଟ୍‌ରେ ବସାଉଯାଉଛି । ଯାହାର ଫର୍ମ ଆଇପିଏଲ୍ ଏବଂ ଘରୋଇ ସିଜିନ୍‌ରେ ଜବରଦସ୍ତ ରହିଛି । ଦେଖାଯାଉ ଆଗାମୀ ଦିନରେ ବିସିସିଆଇ କିଛି ପଦକ୍ଷେପ ନେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.