ଦୁର୍ଘଟଣା ପରେ ପ୍ରଥମ ଥର ନିଜ ଫଟୋ ସେୟାର କଲେ ପନ୍ତ, ଲେଖିଲେ ଏମିତି ଯାହା ଆପଣଙ୍କ ହୃଦୟ ଛୁଇଁଯିବ

Published By : Prameya-News7 Bureau | February 10, 2023 IST

ନୂଆଦିଲ୍ଲୀ: ଭାରତୀୟ ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ କ୍ରିକେଟ୍‌ ପଡିଆକୁ କେବେ ପ୍ରତ୍ୟାବର୍ତ୍ତନ କରିବେ ? ଏହି ପ୍ରଶ୍ନର ସଠିକ୍ ଉତ୍ତର କାହା ପାଖରେ ନାହିଁ। ଭୀଷଣ କାର ଦୁର୍ଘଟଣା ପରେ ଏବେ ପନ୍ତଙ୍କ ସ୍ଵାସ୍ଥ୍ୟବସ୍ଥାରେ ଦ୍ରୁତ ସୁଧାର ଆସିବାରେ ଲାଗିଛି। ଦୁର୍ଘଟଣା ପରେ ପ୍ରଥମ ଥର ନିଜର ଫଟୋ ସେୟାର କରିଛନ୍ତି ଋଷଭ ପନ୍ତ। ଏହି ଫଟୋ ସହିତ ସେ ଲେଖିଥିବା କ୍ୟାପସନ ଆପଣଙ୍କ ହୃଦୟ ଜିତିଯିବ।

ପନ୍ତ ଦୁଇଟି ଫଟୋ ସେୟାର କରିଛନ୍ତି। ଏଥିରେ ସେ ଆଶା ବାଡି ଧରି ଚାଲୁଥିବା ଦେଖିବାକୁ ମିଳୁଛି। ପନ୍ତଙ୍କ ଡାହାଣ ଗୋଡରେ ଏବେ ମଧ୍ୟ ପ୍ଲାଷ୍ଟର ରହିଛି। କ୍ୟାପସନରେ ସେ ଲେଖିଛନ୍ତି One step forward, One step stronger, One step better। ଦୁର୍ଘଟଣା ଯୋଗୁଁ ପନ୍ତ ଚଳିତ ବର୍ଷ ଆଇପିଏଲ୍‌ ଖେଳି ପାରିବେ ନାହିଁ। ଏପରିକି ତାଙ୍କର ବିଶ୍ଵକପ୍ ଖେଳିବା ନେଇ ମଧ୍ୟ ସନ୍ଦେହ ରହିଛି।

wp:html /wp:html

ପନ୍ତଙ୍କୁ ପ୍ରାରମ୍ଭିକ ଚିକିତ୍ସା ପାଇଁ ଡେରାଡୁନ ସ୍ଥିତ ମ୍ୟାକ୍ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହା ପରେ ବିସିସିଆଇ ନିଜ ତତ୍ଵାବଧାନରେ ପନ୍ତଙ୍କୁ ମୁମ୍ବାଇ ସ୍ଥାନାନ୍ତର କରି ଚିକିତ୍ସା କରାଇଛି। ପନ୍ତ ସଂପ୍ରତି ଛଅ ମାସ କ୍ରିକେଟ୍‌ରୁ ଦୂରରେ ରହିବେ। ସୂଚନାଯୋଗ୍ୟ, ପନ୍ତ ନୂତନ ବର୍ଷ ନିଜ ପରିବାର ଲୋକଙ୍କ ସହ ପାଳନ କରିବା ପାଇଁ ୨୦୨୨ ଡିସେମ୍ବର ୩୧ ରାତିରେ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଉ ପନ୍ତ ନିଜେ ହିଁ କାର ଚଳାଉଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.