Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା କାଳ ଡ୍ୟାମ୍ ଗେଟ୍
  • ||
  • ପାଣି ଘେରରେ ଚାନ୍ଦବାଲି ବ୍ଲକର ୨୦ ଗାଁ, ଦୁର୍ବଳ ନଦୀବନ୍ଧ ପାଇଁ ଚିନ୍ତାରେ ଲୋକେ
  • ||
  • ଦେଶରେ ଉପର ତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୪୦୯୨ କରୋନା ପଜିଟିଭ୍
  • ||
  • ଆଉ ନାହାନ୍ତି ବିଶିଷ୍ଠ ଶିଳ୍ପପତି ତଥା ଭାରତର ୱାରେନ୍ ବଫେଟ୍‌ ରାକେଶ ଝୁନଝୁନୱାଲା: ୬୨ ବର୍ଷ ବୟସରେ ମୁମ୍ବାଇରେ ପରଲୋକ
  • ||
  • ମହାନଦୀ ଫୁଲୁଛି : ବୌଦ୍ଧରେ ବନ୍ୟା ସ୍ଥିତି, ହରଭଙ୍ଗା ବ୍ଲକ୍‌ର ୫୫ ଗାଁ ପ୍ରଭାବିତ
  • ||
  • କୁଲଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ, ଜଣେ ପୋଲିସ କର୍ମୀ ସହିଦ
  • ||
  • ଏସିଆ କପ୍ ପାଇଁ କୋହଲି ପ୍ରସ୍ତୁତ : ଇନଡୋର୍ ଷ୍ଟାଡିୟମରେ କଲେ ଜୋରଦାର ଅଭ୍ୟାସ
  • ||

ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ

5/07/2022 at 7:25 AM

ନୂଆଦିଲ୍ଲୀ, ୦୫|୦୭ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏଜବେଷ୍ଟନ୍ ଟେଷ୍ଟ୍ ରୋମାଞ୍ଚକର ସ୍ଥିତିରେ ପହଁଚିଛି । ଏହି ମୁକାବିଲାର ଚତୁର୍ଥ ଦିନରେ ଭାରତ ଘରୋଇ ଦଳକୁ ୩୭୮ ରନର ଟାର୍ଗେଟ୍ ଦେଇଛି । ଯଦି ଭାରତ ମ୍ୟାଚରେ ଡ୍ର କିମ୍ବା ବିଜୟୀ ହୁଏ ତେବେ ସିରିଜ୍ ଉପରେ କବଜା କରିନେବ । କିନ୍ତୁ ତାହା ଏବେ ଏକ ପ୍ରକାର ଅସମ୍ଭବ ଲାଗୁଛି । କାରଣ ଇଂଲଣ୍ଡ ବିଜୟଠୁ ମାତ୍ର ୧୧୯ ରନ୍ ଦୂରରେ ଥିବା ବେଳେ ଗୋଟିଏ ଦିନ ବାକି ରହିଛି ।

କିଛି ସମୟ ପାଇଁ ପନ୍ତଙ୍କୁ ନେତୃତ୍ୱ ଭାର

ଇଂଲଣ୍ଡର ଦ୍ୱିତୀୟ ପାଳିରେ କିଛି ସମୟ ପାଇଁ ଋଷଭ ପନ୍ତ ଅଧିନାୟକ ଥିବା ଦେଖିବାକୁ ମିଳିଥିଲା । ସେହି ସମୟରେ ଜସପ୍ରିତ ବୁମରାହ ପଡିଆରୁ ବାହାରକୁ ଯାଇଥିଲେ । ତେବେ ପନ୍ତଙ୍କ ନେତୃତ୍ୱ କିଛି ଖାସ୍ ନଥିଲା । କାରଣ ଭାରତ ଦୁଇ ଓଭରରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ରିଭ୍ୟୁ ହରାଇଥିଲା ।

ପ୍ରଥମେ ଜାଡେଜାଙ୍କ ଓଭରରେ ରିଭ୍ୟୁ

ପ୍ରଥମେ ପାଳିର ୩୧ତମ ଓଭରରେ ରିଭ୍ୟୁ ହରାଇଥିଲା ଦଳ । ଏହି ଓଭରରେ ଜାଡେଜାଙ୍କ ଏକ ବଲ୍ ଜୋ ରୁଟଙ୍କ ପ୍ୟାଡରେ ଲାଗିଥିଲା । ପନ୍ତ ଏହା ଉପରେ ରିଭ୍ୟୁ ନେଇଥିଲେ । ରିପ୍ଲେରେ କିନ୍ତୁ ରୁଟ୍ ନଟଆଉଟ୍ ଥିବା ଦେଖିବାକୁ ମିଳିଥିଲା । ଫଳରେ ଗୋଟି ରିଭ୍ୟୁ ବରବାଦ ହୋଇଥିଲା ।

ଶାମିଙ୍କ ଓଭରରେ ପୁନରାବୃତ୍ତି

ମହମ୍ମଦ ଶାମିଙ୍କ ଓଭରରେ ମଧ୍ୟ ଏକ ବଲ ରୁଟଙ୍କ ପ୍ୟାଡରେ ବାଜିଥିଲା । ପନ୍ତ ଏହା ଉପରେ ରିଭ୍ୟୁ ନେଇଥିଲେ । ଏଙା ମଧ୍ୟ ବେକାର ଯାଇଥିଲା ।

ବ୍ୟାଟିଂରେ ଦମଦାର ପ୍ରଦର୍ଶନ

ପନ୍ତ ବ୍ୟାଟର ଭାବେ ଏଜବେଷ୍ଟନ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି । ପ୍ରଥମ ପାଳିରେ ସେ ୧୪୬ ରନ୍ କରିଥିଲେ । ଦ୍ୱିତୀୟ ପାଳିରେ ସେ ୫୭ ରନ୍ କରିଥିଲେ । ପନ୍ତଙ୍କ ପାଳି ପାଇଁ ଭାରତ ଦ୍ୱିତୀୟ ଇନିଂସରେ ୩୭୮ ରନ୍ କରିପାରିଥିଲା ।

   Related Posts