ପନ୍ତଙ୍କୁ ମିଳିଲା ବଡ ସମ୍ମାନ : ଉତ୍ତରାଖଣ୍ଡର ବ୍ରାଣ୍ଡ୍ ଆମ୍ବାସଡର ହେଲେ ଋଷଭ

Published By : Prameya-News7 Bureau | August 11, 2022 IST

ନୂଆଦିଲ୍ଲୀ, ୧୧|୦୮:  ଭାରତୀୟ ଦଳର ଷ୍ଟାର୍ ଓ୍ୱିକେଟକିପର୍ ବ୍ୟାଟର ଋଷଭ ପନ୍ତଙ୍କୁ ଉତ୍ତରାଖଣ୍ଡ ସରକାର ବଡ ସମ୍ମାନ ପ୍ରଦାନ କରିଛନ୍ତି । ପନ୍ତଙ୍କୁ ଉତ୍ତରାଖଣ୍ଡ ସରକାର ରାଜ୍ୟର ବ୍ରାଣ୍ଡ୍ ଆମ୍ବାସଡର ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ଏହାସହ ପନ୍ତଙ୍କୁ ବିଧାନସଭାରେ ସମ୍ମାନିତ କରାଯିବ ।

rishabh

ପୁଷ୍କର ଧାମି ଟ୍ୱିଟ୍ କରି କହିଛନ୍ତି ଯେ, ଦେବଭୂମିର ସୁପୁତ୍ର ତଥା ଭାରତୀୟ ଦଳର ପ୍ରତିଭାବାନ ଖେଳାଳି ପନ୍ତଙ୍କୁ ରାଜ୍ୟର ବ୍ରାଣ୍ଡ୍ ଆମ୍ବାସଡର ନିଯୁକ୍ତ କରାଯାଇଛି । ସେ ରାଜ୍ୟର ଯୁବକଙ୍କୁ ଖେଳ ପାଇଁ ପ୍ରୋତ୍ସାହିତ କରିବେ । ଏଥିପାଇଁ ପନ୍ତଙ୍କୁ ଅନେକ ଅନେକ ଶୁଭକାମନା ।

ପନ୍ତ ଉତ୍ତରାଖଣ୍ଡରେ ଜନ୍ମ ହୋଇଥିଲେ । କିନ୍ତୁ ପରେ ସେ ଦିଲ୍ଲୀ ଚାଲିଯାଇଥିଲେ । ତାଙ୍କୁ ନିକଟରେ ଏସିଆ କପ୍ ପାଇଁ ସୁଯୋଗ ମିଳିଛି । ୨୪ ବର୍ଷୀୟ ପନ୍ତ ଏବେସୁଦ୍ଧା ୩୧ ଟେଷ୍ଟ, ୨୭ ଦିନିକିଆ ଓ ୫୪ ଟି୨୦ ଖେଳିଛନ୍ତି ।

ଅନ୍ତର୍ଜାତୀୟ ରେକର୍ଡ

ସେ ଟେଷ୍ଟ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିଲେ ବି ଟି୨୦ରେ ରେକର୍ଡ ଭଲ ନାହିଁ । ସେ ଟେଷ୍ଟରେ ୨୧୨୩ ରନ୍ କରିଥିବା ବେଳେ ୧୦ଟି ଅର୍ଦ୍ଧଶତକ ଓ ୫ ଶତକ ଲଗାଇଛନ୍ତି । ଦିନିକିଆ ଓ ଟି୨୦ରେ ସେ ଯଥାକ୍ରମେ ୮୪୦ ଓ ୮୮୩ ରନ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.