ପନ୍ତଙ୍କ ଦମଦାର ଶତକରେ ଭାଙ୍ଗିଲା ଅନେକ ରେକର୍ଡ, ଧୋନୀଙ୍କୁ ବି ପଛରେ ପକାଇଲେ ଋଷଭ

Published By : Prameya-News7 Bureau | July 02, 2022 IST

ନୂଆଦିଲ୍ଲୀ ୦୨/୦୭: ଇଂଲଣ୍ଡ ବିପକ୍ଷ ଏଜବେଷ୍ଟନ୍ ଟେଷ୍ଟର ପ୍ରଥମ ଦିନରେ ବ୍ୟାଟର୍ ଋଷଭ ପନ୍ତ ଦମଦାର୍ ବ୍ୟାଟିଂ କରିଥିଲେ । ସେ ଇଂଲଣ୍ଡ ବୋଲରଙ୍କୁ ଖୁବ୍ ପ୍ରହାର କରି ୧୪୬ ରନ୍ କରିଥିଲେ । ଏହା ତାଙ୍କ ଟେଷ୍ଟ୍ କ୍ୟାରିଅରର ପଞ୍ଚମ ଶତକ ଅଟେ । ସେ ୧୧୧ଟି ବଲ୍ ଖେଳିଥିବା ବେଳେ ୨୦ ଚଉକା ଓ୪ ଛକା ଲଗାଇଥିଲେ ।

ପନ୍ତ ନିଜ ଦମଦାର୍ ପାଳି ସହ ରବୀନ୍ଦ୍ର ଜାଡେଜାଙ୍କ ସହ ୨୨୨ ରନର ପାର୍ଟନରସିପ୍ କରିଥିଲେ । ଫଳରେ ଭାରତ ପ୍ରଥମ ଦିନରେ ୩୩୮ ରନ୍ କରିପାରିଛି । ଜାଡେଜା ୮୩ ରନ୍ ଓ ମହମ୍ମଦ ସାମି ବିନା କୌଣସି ରନରେ କ୍ରିଜରେ ଅଛନ୍ତି । ତେବେ ୨୪ ବର୍ଷୀୟ ପନ୍ତ ଶତକ ଲଗାଇ ଏକାଧିକ ରେକର୍ଡ ପ୍ରତିଷ୍ଠା କରିଛନ୍ତି ।

ଟେଷ୍ଟ୍ କ୍ରିକେଟରେ ଷଷ୍ଠ ଓ୍ୱିକେଟରେ ସର୍ବାଧିକ ପାର୍ଟନରସିପ୍

୨୨୨ ରନ୍ ପନ୍ତ ଏବଂ ଜାଡେଜା

୨୨୨ ରନ୍ ସଚିନ ତେନ୍ଦୁଲକର ଓ ମହମ୍ମଦ ଆଜାରୁଦ୍ଦୀନ

୨୧୩ ରନ୍ ଆର ଅଶ୍ୱିନ୍ ଓ ରିଦ୍ଧିମାନ ଶାହ

୨୧୦ ରନ୍ ମହେନ୍ଦ୍ର ସିଂ ଧୋନୀ ଓ ଇରଫାନ୍ ପଠାନ୍

୨୦୪ ରନ୍ ପନ୍ତ ଓ କେଏଲ ରାହୁଲ

ଧୋନୀଙ୍କ ରେକର୍ଡ ବି ଭାଙ୍ଗିଲେ

ପନ୍ତ ୮୯ ବଲରୁ ଶତକ ଲଗାଇ ସବୁଠୁ ଦ୍ରୁତ ସେଞ୍ଚୁରୀ ଲଗାଇଥିବା ଓ୍ୱିକେଟକିପର୍ ବ୍ୟାଟସମ୍ୟାନ୍ ହୋଇପାରିଛନ୍ତି । ଏହା ପୂର୍ବରୁ ରେକର୍ଡ ମହେନ୍ଦ୍ର ସିଂ ଧୋନୀଙ୍କ ନାଁରେ ଥିଲା । ଧୋନୀ ୨୦୦୫ରେ ପାକିସ୍ତାନ ବିପକ୍ଷରେ ୯୩ ବଲରୁ ଶତକ ଲଗାଇଥିଲେ ।

ସଚିନ-କୋହଲିଙ୍କ ସହ ବରାବର

ଏଜବେଷ୍ଟନରେ ୧୯୦୨ ମସିହାରୁ ଟେଷ୍ଟ୍ ମ୍ୟାଚ୍ ଖେଳାଯାଉଛି । କିନ୍ତୁ ପୂର୍ବରୁ କୌଣସି ବ୍ୟାଟର ଏଠାରେ ଶହେରୁ କମ୍ ବଲରେ ଶତକ ଲଗାଇନଥିଲେ । ପନ୍ତ ଏଠାରେ ଶତକ ଲଗାଇଥିବା ତୃତୀୟ ଭାରତୀୟ ବ୍ୟାଟର୍ । ଏହାପୁର୍ବରୁ ସଚିନ ତେନ୍ଦୁଲକର ଓ ବିରାଟ କୋହଲି ଏଠାରେ ଶତକ ଲଗାଇଥିଲେ । ଏହି ଶତକ ସହ ସେ ୨୦୦୦ ରନ୍ ମଧ୍ୟ ପୂରଣ କରିଥିଲେ ।

ଇଂଲଣ୍ଡ ବିପକ୍ଷରେ ସବୁଠୁ ଦ୍ରୁତ ଶତକ ଲଗାଇଥିଲେ ଭାରତୀୟ ବ୍ୟାଟର୍

୮୮ ବଲ୍-ମହମ୍ମଦ ଆଜାରୁଦ୍ଦୀନ

89ବଲ- ଋଷଭ ପନ୍ତ

୧୧୭ ବଲ୍- ଋଷଭ ପନ୍ତ

୧୧୮ ବଲ-କେଏଲ ରାହୁଲ

୧୩୦ ବଲ୍- କପିଲ ଦେବ   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.