oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଆଉଟ୍ ହେଲା ପରେ କ୍ରିଜ୍ ଛାଡିଲେନି ପନ୍ତ ! ବାନ୍ଧବୀ ଈଶା ହୋଇଗଲେ ଆଶ୍ଚର୍ଯ୍ୟ

9/05/2022 at 1:17 PM

ନୂଆଦିଲ୍ଲୀ, ୦୯/୦୫: ରବିବାର ଆଇପିଏଲର ଏକ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ମ୍ୟାଚରେ ଚେନ୍ନାଇଠୁ ଦିଲ୍ଲୀକୁ ୯୧ ରନରେ ହାରିବାକୁ ପଡିଥିଲା । ଏହି ବିଜୟ ସହ ଚେନ୍ନାଇ ପ୍ଲେ ଅଫ ରେସକୁ ଓଲଟପାଲଟ କରିଦେଇଛି । ତେବେ ମ୍ୟାଚରେ ଦିଲ୍ଲୀ କ୍ୟାପ୍ଟେନ୍ ଦମଦାର ଆରମ୍ଭ କରିଥିଲେ ବି କ୍ଲିକ୍ କରିନଥିଲେ । ସେ ଯେତେବେଳେ ବୋଲ୍ଡ ହେଲେ ତାହାକୁ ବିଶ୍ୱାସ କରିପାରିନଥିଲେ ।

ପନ୍ତ ମୋଇନ ଅଳ୍ଲୀଙ୍କ ବୋଲିଂରେ ଚକମା ଖାଇଥିଲେ ଓ ବୋଲ୍ଡ ହୋଇଯାଇଥିଲେ । ଆଉଟ୍ ହେଲା ପରେ ବି ସେ କ୍ରିଜରେ କିଛି ସମୟ ଧରି ଠିଆ ହୋଇଥିଲେ । ନିରାଶ ହୋଇ ଚୁପ୍ ରହିବା ସହ ପ୍ୟାଭିଲିୟନକୁ ଯାଇନଥିଲେ । କିଛି ସମୟ ପରେ ଧିରେଧିରେ ସେ ପ୍ୟାଭିଲିୟନକୁ ଯାଇଥିଲେ ।

ଏହି ସମୟରେ ଟିଭି ସ୍କ୍ରିନରେ ଋଷଭ ପନ୍ତଙ୍କ ବାନ୍ଧବୀ ଇଶା ନେଗୀଙ୍କୁ ଦେଖିବାକୁ ମିଳିଥିଲା । ପନ୍ତ ବୋଲ୍ଡ ହେଲା ପରେ ଇଶା ଚକିତ ହୋଇଯାଇଥିଲେ । ଇଶା ବି ନିରାଶ ହୋଇ କିଛି ସମୟ ଯାଏଁ ଗୁମସୁମ ରହିଥିଲେ ।

ଆଉଟ୍ ହେବା ପୂର୍ବରୁ ଫର୍ମରେ ନଜର ଆସିଥିଲେ ପନ୍ତ । ସେ ୧୧ ମ୍ୟାଚରୁ ୨୧ ରନର ପାଳି ଖେଳିଥିଲେ । ଏଥିରେ ୪ଟି ଚଉକା ସାମିଲ ଥିଲା । ସେ ଚଉକା ମାରୁଥିବା ବେଳେ ଇଶା ତାଳି ମାରୁଥିବା ଦେଖିବାକୁ ମିଳିଥିଲା ।  

   Related Posts