ICUରେ ପନ୍ଥ, ଡାକ୍ତରୀ ଟିମ୍‌ ସହ କଥା ହେଲେ ରୋହିତ ଶର୍ମା

Published By : Prameya-News7 Bureau | January 01, 2023 IST

ମୁମ୍ବାଇ ୦୧।୦୧ : ଟିମ୍‌ ଇଣ୍ଡିଆର ଓ୍ୱିକେଟ୍‌ କିପର ବ୍ୟାଟସମ୍ୟାନ୍‌ ରିଷଭ ପନ୍ତଙ୍କ ଚିକିତ୍ସା ଏବେ ମେଡିକାଲରେ ଚାଲିଛି । ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ପରେ ତାଙ୍କର ଚିକିତ୍ସା ଜାରି ରହିଛି । ଡାକ୍ତରୀ ଟିମ୍‌ ଲଗାତର ଭାବେ ରିଷଭଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ତେବେ ଏସବୁ ଭିତରେ ପନ୍ଥ ସ୍ୱାସ୍ଥ୍ୟବସ୍ଥା ନେଇ ତାଜା ଅପଡେଟ୍‌ ସାମ୍ନାକୁ ଆସିଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ଟିମ୍‌ ଇଣ୍ଡିଆର ବ୍ୟାଟସମ୍ୟାନ୍‌ ତଥା ଅଧିନାୟକ ରୋହିତ ଶର୍ମା ପନ୍ଥଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହିତ ଫୋନ୍‌ରେ କଥା ହୋଇଛନ୍ତି । ବର୍ତ୍ତମାନ ପନ୍ଥଙ୍କ ଚିକିତ୍ସା ଜାରି ରହିଛି । ସେ ଏବେ ସୁସ୍ଥ ଥିବା ରୋହିତଙ୍କୁ ଡାକ୍ତରୀ ଟିମ୍‌ କହିଛନ୍ତି । ସେହିପରି ପରିବାର ଲୋକଙ୍କୁ ମଧ୍ୟ ପନ୍ଥଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଅପଡେଟ୍‌ କରିଛି ମେଡିକାଲରେ ଟିମ୍‌ । ସେ ଏବେ ଆଇସିୟୁରେ ଅଛନ୍ତି । ଅନ୍ୟ ମେଡିକାଲକୁ ସ୍ଥାନାନ୍ତର ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ମେଡିକାଲ ଟିମ୍‌ କହିଛି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରୁ ନିଜ ଘରକୁ ଯିବା ସମୟରେ ଅଧାରାସ୍ତାରେ ପନ୍ଥ ଗାଡିଙ୍କ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ପନ୍ଥଙ୍କୁ ଦୁଇ ଜଣ ଲୋକେ ଉଦ୍ଧାର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ପ୍ରଥମେ ପନ୍ଥ ପ୍ଲାଷ୍ଟିକ୍‌ ସର୍ଜରୀ ହୋଇଥିଲା । ଏହାପରେ ଶନିବାର ଦିନ ତାଙ୍କର ଆଣ୍ଠ ଏମ୍‌ଆର୍‌ଆଇ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.