ପନ୍ନୁ ହତ୍ୟା ଷଡ଼ଯନ୍ତ୍ର ମାମଲାର ନ୍ୟୁୟର୍କ କୋର୍ଟରେ ଶୁଣାଣି ଆରମ୍ଭ; ନିଜକୁ ନିର୍ଦ୍ଦୋଷ କହିଲା ନିଖିଲ

Published By : Prameya-News7 Bureau | June 18, 2024 IST

ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥକ ଗୁରୁପଓ୍ବାନ୍ତ ସିଂହ ପନ୍ନୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ମାମଲାରେ କୋର୍ଟ ଶୁଣାଣି ଆରମ୍ଭ । ଅଭିଯୁକ୍ତ ନିଖିଲ ଗୁପ୍ତା ଆମେରିକା ପ୍ରତ୍ୟର୍ପଣ କରିବା ପରେ ସୋମବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ହେଲେ ମାମଲାର ଶୁଣାଣି ବେଳେ ହତ୍ୟା ଷଡ଼ଯନ୍ତ୍ରକୁ ସ୍ବୀକାର କରିନାହାନ୍ତି ନିଖିଲ ଗୁପ୍ତା । ସେ ନିଖୋଜକୁ ନିର୍ଦ୍ଦୋଷ ବୋଲି କୋର୍ଟରେ କହିଛନ୍ତି । 

ଭାରତୀୟ ନାଗରିକ ନିଖିଲ ଗୁପ୍ତାକୁ ଶୁକ୍ରବାର ଦିନ ଚେକ୍ ଗଣରାଜ୍ୟକୁ ଆମେରିକାକୁ ପ୍ରତ୍ୟାର୍ପିତ କରାଯାଇଥିଲା । ଖଲିସ୍ତାନୀ ସମର୍ଥକ ଗୁରୁପଓ୍ବାନ୍ତ ସିଂହ ପନ୍ନୁ ହତ୍ୟାରେ ନିଖିଲ ଷଡ଼ଯନ୍ତ୍ର ରଚିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହାପରେ ଆମେରିକାର ଅନୁରୋଧ କ୍ରମେ ଗତ ବର୍ଷ ଚେକ୍ ରିପବ୍ଲିକ୍ ପ୍ରଶାସନ ନିଖିଲ ଗୁପ୍ତିକୁ ଗିରଫ କରି ଜେଲରେ ରିଖିଥିଲେ । ନିଖିଲ ଗୁପ୍ତାଙ୍କ ପକ୍ଷ ରଖୁଥିବା ଆଇନଜୀବୀ ଜେଫରୀ ଚେବ୍ରୋବଙ୍କ କହିବା ମୁତାବକ, ସୋମବାର ନିଖିଲଙ୍କୁ ନ୍ୟୁୟର୍କ ସଂଘୀୟ କୋର୍ଟରେ ହାଜର କରାଯାଇଖିଲା । ସେଠାରେ ନିଜ ନିର୍ଦ୍ଦୋଷ ବୋଲି ଘୋଷଣା କରିଛନ୍ତି । ତାଙ୍କ ଉପରେ ମିଛ ଅଭିଯୋଗ ଲଗାଯାଇଛି । ତେବେ ଏହି ମାମଲା ଆମେରିକା ଓ ଭାରତ ପାଇଁ ବହୁ ଜଟିଳ । କିନ୍ତୁ ଏହା ଗୁରୁତ୍ବପୂର୍ଣ୍ଣ କାରଣ ଭାରତ କୌଣସି ପ୍ରକାର ସମସ୍ୟରୁ ବଞ୍ଚିବାକୁ ଚାହୁଁଛି ।  

ପନ୍ନୁ ହତ୍ୟାକାଣ୍ଡ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍ ୨୮ ତାରିଖରେ ହେବ । ତେଣୁ ନିଖିଲ ଗୁପ୍ତାକୁ ବିଚାର ବିଭାଗୀୟ ହାଜତରେ ରଖିବାକୁ ନ୍ୟୁୟର୍କ କୋର୍ଟ ଆଦେଶ ଦେଇଛନ୍ତି । ଅନ୍ୟପଟେ ତାଙ୍କ ଓକିଲ ମଧ୍ୟ ଜାମିନ୍ ଆବେଦନ କରିନଖିଲେ । 

ଚେକ୍ ରିପବ୍ଲିକ କୋର୍ଟ ନିଖିଲ ଗୁପ୍ତାଙ୍କୁ ଆମେରିକା ପ୍ରତ୍ୟର୍ପିତ କରିବା ରୋକ୍ ଆବେଦନକୁ ଖାରଜ୍ କରି ଦେଇଥିଲେ । ଯାହା ପରେ ପନ୍ନୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନିଖିଲ ଗୁପ୍ତାକୁ ଆମେରିକା ଫେରାଇ ଆଣିବା ରାସ୍ତା ସଫା ହୋଇଥିଲା । ଆମେରିକାର ଅନୁରୋଧ ପରେ ଗତ ବର୍ଷ ଜୁନ୍ ୩୦ ତାରିଖରେ ନିଖିଲ ଗୁପ୍ତାକୁ ଚେକ୍ ରିପବ୍ଲିକ୍‌ରୁ ଗିରଫ କରାଯାଇଥିଲା । ନିଖିଲ ଗିରଫ ପରେ ତତ୍କାଳୀନ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ୍ ବାଗଚୀ କହିଥିଲେ, ଜଣେ ଭାରତୀୟ ନାଗରିକ ଚେକ୍ ଗଣରାଜ୍ୟରେ ଅଟକ ଅଛନ୍ତି । ତାଙ୍କର ପ୍ରତ୍ୟର୍ପଣ ପାଇଁ କୋର୍ଟ ଆବେଦନ ହୋଇଛି ବୋଲି ସେ କହିଥିଲେ । ସେତେବେଳେ ୩ଦିନ କାଉନସିଲର ଆକ୍ସେସ୍ ମିଳିଥିଲା । ନିଖିଲ ଗୁପ୍ତା ହତ୍ୟା ବଦଳରେ ପଇସା ନେଇ ଷଡ଼ଯନ୍ତ୍ର ରଚିଥିଲା ବୋଲି ଆମେରିକା ଅଭିଯୋଗ କରିଥିଲା । ଏହି ମାମଲାରେ ସର୍ବନିମ୍ନ ୧୦ ବର୍ଷ  ଜେଲଦଣ୍ଡ ପ୍ରାବଧାନ ରହିଛି । 

ଖଲିସ୍ତାନୀ ଆତଙ୍କୀ ଗୁରପତଓ୍ବାନ୍ତ ସିଂହ ପନ୍ନୁ ହତ୍ୟାକାଣ୍ଡ ମାମଲାରେ ଜଣେ ଭାରତୀୟ ନାଗରିକ ନିଖିଲ ଗୁପ୍ତା ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ହୋଇଥିଲା । ଆମେରିକା ଗୁଇନ୍ଦା ସଂସ୍ଥାର ଜଣେ ଅଧିକାରୀ ଅଭିଯୋଗ ଆଣିଥିଲେ ଯେ, ଅଜ୍ଞାତ ଭାରତୀୟ ସରକାରୀ କର୍ମଚାରୀଙ୍କ ନିର୍ଦ୍ଦେଶରେ ନିଖିଲ ଗୁପ୍ତା ଗୁରପତଓ୍ବାନ୍ତ ସିଂହ ପନ୍ନୁଙ୍କୁ ହତ୍ୟା କରିବା ନେଇ ଷଡ଼ଯନ୍ତ୍ର କରିଥିଲା । ଏହାପରେ ଆମେରିକା ନିଖିଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.