ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ, ଲୋକନାଥଙ୍କ ସ୍ୱତନ୍ତ୍ର ରୀତିନୀତି

Published By : Prameya-News7 Bureau | February 27, 2022 IST

ପୁରୀ ୨୭।୦୨ : ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ଏହି ଅବସରରେ ପୁରୀର ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ଗମ୍ଭୀରାରୁ ବର୍ଷ ତମାମ ସଞ୍ଚିତ ହୋଇ ରହିଥିବା ବେଲପତ୍ର, ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ ପଙ୍କ ହିସାବରେ ପରମ୍ପରା ଅନୁସାରେ କଢ଼ାଯିବ।

ସେହିପରି ମହାପ୍ରଭୁ ଲୋକନାଥ ଦେବ ବର୍ଷ ତମାମ ପୁଷ୍ପ ନୈବେଦ୍ୟରେ ଲୁକାୟିତ ଥିବା ବେଳେ ଆଜିର ଦିନରେ ବିଶେଷ ଦର୍ଶନ ଦେଇଥାନ୍ତି । ତେବେ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଚୂଡାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ଆଜି ରାତି ୨ଟାରେ ଦ୍ବାର ଫିଟା ସହ ପରେ ଅନ୍ୟାନ୍ୟ ନୀତି କାନ୍ତି ବଢିବା ପରେ ସକାଳ ୮ରୁ ପଙ୍କୋଦ୍ଧାର କରାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.