ବୁଧବାର ପବିତ୍ର ପଙ୍କୋଦ୍ଧାର ଏକାଦଶୀ, ଲୋକନାଥ ପୀଠରେ ଜଳିବ ବଡ଼ ଦୀପ

Published By : Prameya-News7 Bureau | March 05, 2024 IST

ପୁରୀ ୦୫।୦୩ : ଆସନ୍ତା ୬ତାରିଖ ବୁଧବାର ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ଏହି ଅବସରରେ ମହାପ୍ରଭୁ ଶ୍ରୀ ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦ୍ୱାଦଶ ବାର୍ଷିକ ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ ପ୍ରଜ୍ବଳନ କରାଯିବ। ପ୍ରାୟ ୩ କୁଇଣ୍ଟାଲ ଗୁଆ ଘିଅରେ ଏହି ଦ୍ଵୀପ ୩ ଦିନ ଧରି ବିଶ୍ଵ କଲ୍ୟାଣ ନିମନ୍ତେ ପ୍ରଜ୍ବଳନ କରାଯିବ।

wp:embed {"url":"https://www.prameyanews7.com/akhanda-dipadan_at-puri/","type":"wp-embed","providerNameSlug":"prameya-news-7"}
https://www.prameyanews7.com/akhanda-dipadan_at-puri/
/wp:embed

ତେବେ ୬ ତାରିଖ ସନ୍ଧ୍ୟା ୭ଟାରେ ଏହି ଦୀପ ପ୍ରଜ୍ବଳନ କରାଯିବ। ଜଗତ ମଙ୍ଗଳ କାମନା କରି ଏହି ଦୀପ ପଙ୍କୋଦ୍ଧରା ଏକାଦଶୀ ଠାରୁ ଶ୍ରୀଲୋକନାଥ ମହାପ୍ରଭୁଙ୍କ ମହାଦୀପ ଉଠିବା ପର୍ଯ୍ୟନ୍ତ ଜାଗର ମହାଦୀପ ଜାଗର ଦୀପ ଜଳାଯିବ ବୋଲି ଅନୁଷ୍ଠିତ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଗ୍ରହଣ କରାଯାଇଛି କଡ଼ା ସୁରକ୍ଷା ବ୍ୟବସ୍ଥା। ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ଦାୟିତ୍ୱରେ ରହିବେ ୮ ପ୍ଲାଟୁନ ପୋଲିସ ଫୋର୍ସ, ୨ ଅତିରିକ୍ତ ଏସପି। ସାଦା ପୋଷାକ ଧାରୀ ପୋଲିସ ମଧ୍ୟ ମୁତୟନ ହେବେ ବୋଲି ପୁରୀ ଏସପି ପିନାକ ମିଶ୍ରଙ୍କ ସୂଚନା ଦେଇଛନ୍ତି।

wp:embed {"url":"https://www.prameyanews7.com/internantional-singers-performed-in-ambani-family/","type":"wp-embed","providerNameSlug":"prameya-news-7"}
https://www.prameyanews7.com/internantional-singers-performed-in-ambani-family/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.