ମୁମ୍ବାଇ: ‘ଚାନ୍ଦି ଜୈସା ରଙ୍ଗ ହେ ତେରା…ସୋନେ ଜୈସେ ବାଲ’, ‘ଚିଠି ଆଇ ହେ’ ପରି ଗୀତ ଆଜି ବି ବେଶ ଲୋକପ୍ରିୟ ରହିଛି। ଆଉ ଏହି ଗୀତକୁ ଗାଇଥିବା ପ୍ରଖ୍ୟାତ ଗଜଲ ତଥା ବଲିଉଡର ପ୍ରଚ୍ଛଦପଟ୍ଟ ଗାୟକ ପଙ୍କଜ ଉଧାସ ଆଉ ଆମ ଗହଣରେ ନାହାନ୍ତି। ସୋମବାର ୭୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଆଉ ଦୁନିଆରୁ ବିଦାୟ ନେବା ସହ ନିଜ ପରିବାର ପାଇଁ କୋଟି କୋଟି ଟଙ୍କାର ସଂପତ୍ତି ଛାଡ଼ି ଚାଲି ଯାଇଛନ୍ତି ପଙ୍କଜ ଉଧାସ। ତାଙ୍କ ପରିବାରରେ ଏବେ ପତ୍ନୀ ଫରିଦା ଉଧାସ, ଦୁଇ ଝିଅ ନୟାବ ଉଧାସ ଓ ରେଭା ଉଧାସ ରହିଛନ୍ତି।
wp:heading {"level":4}Also read- ଆଉ ନାହାନ୍ତି ଲୋକପ୍ରିୟ ଫିଲ୍ମ ନିର୍ମାତା କୁମାର ଶାହାନୀ, ୮୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
/wp:headingତାଙ୍କ ଝିଅ ନାୟାବ ଉଧାସ ବାପା ପଙ୍କଜଙ୍କ ନିଧନ ଖବର ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ବହୁତ ଦୁଃଖର ସହ ଆପଣଙ୍କୁ ଜଣାଇବାକୁ ପଡ଼ୁଛି ଯେ, ପଦ୍ମଶ୍ରୀ ପଙ୍କଜ ଉଧାସଙ୍କ ୨୦୨୪ ଫେବୃଆରୀ ୨୬ରେ ପରଲୋକ ଘଟିଛି। ନିଜ ସ୍ଵରରେ ଲୋକଙ୍କୁ ମତୁଆଲା କରୁଥିବା ପଙ୍କଜ ଉଧାସ ନିଜ ପଛରେ ୨୫ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ସମ୍ପତ୍ତି ଛାଡ଼ି ଚାଲି ଯାଇଛନ୍ତି। ସେ ବେଶ ବିଳାସମୟ ଜୀବନ ଅତିବାହିତ କରୁଥିଲେ। ଫିଲ୍ମ ସହ ଇଭେଣ୍ଟ ଓ ୟୁଟ୍ୟୁବ୍ରୁ ସେ ଢେର ରୋଜଗାର କରୁଥିଲେ।
ପଙ୍କଜଙ୍କ ମୁମ୍ବାଇରେ ଏକ ବିଳାସମୟ କୋଠା ରହିଛି, ଯାହା ସହରର ପେଡର ରୋଡ୍ରେ ଅବସ୍ଥିତ। ତାଙ୍କ ବାସଭବନର ନାଁ ହିଲସାଇଡ୍ ରହିଛି। ଏହି ଗଜଲ ଗାୟକଙ୍କ କାର ପ୍ରତି ବେଶ ରୁଚି ଓ ସଉକ ରହିଥିଲା। ତେଣୁ ସେ ନିଜ ପାଖରେ ଭଳି କି ଭଳି କାର ରଖିଥିଲେ। ରିପୋର୍ଟ ଅନୁଯାୟୀ ପଙ୍କଜଙ୍କ ପାଖରେ ଅଡି ଓ ମର୍ସିଡିଜ୍ ପରି ମହଙ୍ଗା ଓ ଲଗଜରୀ କାର ସହ ଅନେକ କାର ରହିଛି।
wp:headingମାତ୍ର ୫୧ ଟଙ୍କା ଥିଲା ପ୍ରଥମ ଆୟ
/wp:headingପଙ୍କଜ ନିଜର ସଙ୍ଗୀତ କ୍ୟାରିୟର ନିଜ ଭାଇଙ୍କ ସହ ଆରମ୍ଭ କରିଥିଲେ। ସେହି ସମୟରେ ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧର ମାହୋଲ ଲାଗି ରହିଥିଲା। ଆଉ ଦେଶରେ ଦେଶଭକ୍ତିର ମାହୋଲ ରହିଥିଲା। ପଙ୍କଜ ଉଧାସ ଏକ କାର୍ଯ୍ୟକ୍ରମରେ ଏ ବତନ କେ ଲୋଗୋଁ ଗାଇ ସଭିଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଆଉ ଏହି ଗୀତ ପାଇଁ ତାଙ୍କୁ ପୁରସ୍କାର ସ୍ଵରୂପ ୫୧ ଟଙ୍କା ମିଳିଥିଲା। ଆଉ ସଙ୍ଗୀତ ଜଗତରେ ଏହା ତାଙ୍କର ପ୍ରଥମ ଆୟ ଥିଲା। ଏହା ପରଠୁ ସେ କେବେ ବି ପଛକୁ ଫେରି ଦେଖି ନାହାନ୍ତି। ପରବର୍ତ୍ତୀ ସମୟରେ ପଙ୍କଜ ପ୍ରଚ୍ଛଦପଟ୍ଟ ଗାୟକ ଓ ଗଜଲ ଦୁନିଆରେ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।