ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ବାୟା କଲା ଫୁଟବଲ୍ ନିଶା, ଋଣ କରି ଫିଫା ଦେଖିବାକୁ ଗଲେ କୋଚ୍

25/11/2022 at 8:37 AM

କୋଲକାତା ୨୫/୧୧: ଫୁଟବଲ ନିଶାରେ ପଙ୍କଜ ଘୋଷ । ବ୍ୟାଙ୍କରୁ ଋଣ ନେଇ ବିଶ୍ୱକପ୍ ଫୁଟବଲ ଦେଖିବା ପାଇଁ ଯାଉଛନ୍ତି ବୈଦବାଟି ଚୌମଥା ସ୍ପୋଟିଂ କ୍ଲବର କୋଚ୍ ପଙ୍କଜ ଘୋଷ । ଏଥରକୁ ମିଶାଇ ସାତଥର ହେଲାଣି ବିଶ୍ୱକପ୍ ଦେଖିବା ।

୧୯୯୮ ମସିହାରେ ଫ୍ରାନସରେ ଅନୁଷ୍ଠିତ ହୋଇଥିଲା ବିଶ୍ୱକପ୍ । ଏହା ପଙ୍କଜଙ୍କ ପାଇଁ ଥିଲା ପ୍ରଥମ ବିଶ୍ୱକପ୍ । ସେବାଠେରୁ ଲଗାତାର ଭାବେ ସାତବର୍ଷ ଧରି ବିଶ୍ୱକପ୍ ଦେଖିଆସୁଛନ୍ତି ପଙ୍କଜ । ଏଥର ସେ କତାର ବିଶ୍ୱ କପ୍ ଦେଖିବାକୁ ଯାଉଛନ୍ତି । ସେମିଫାଇନାଲରୁ ଫାଇନାଲ ପର୍ଯ୍ୟନ୍ତ ସେ ସେଠାରେ ମୋଟ୍ ୪ଟି ମ୍ୟାଚ୍ ଦେଖିବେ ।

ତେବେ ବିମାନ ଯାତ୍ରା, ରହିବା, ଖେଳ ଦେଖିବା ପାଇଁ ଟିକେଟ ସମସ୍ତ ମୂଲ୍ୟ ପ୍ରାୟ ସାଢେ ଆଠ ଲକ୍ଷ ଟଙ୍କା ସେ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଋଣ କରିଛନ୍ତି । ପଙ୍କଜ ନିଜେ ଦୀର୍ଘ ସମୟ ଧରି ଫୁଟବଲ ଖେଳିଛନ୍ତି । ପରେ କୋଚିଂ ଆରମ୍ଭ କରିଥିଲେ । ୧୯୮୬ ମସିହାରେ ଫୁଟବଲ୍ କୋଚିଂ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ରାଜ୍ୟ ଫୁଟବଲ ସଂଗଠନରେ ସହକାରୀ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସେ ବୀମା କମ୍ପାନୀରେ କାର୍ଯ୍ୟ କରୁଛନ୍ତି ।

   Related Posts