ତାଲିବାନର ପଞ୍ଜିଶୀର ଦଖଲ ଦାବିକୁ ଟାର୍ଗେଟ କଲେ ମସୁଦ,କହିଲେ-ଏବେ ବି ଆମେ ଜୀବିତ ଅଛୁ, କୌଣସି ମୁହୂର୍ତ୍ତରେ ବି ତାଲିବାନକୁ ପାଣି ପିଆଇବୁ….

Published By : Prameya-News7 Bureau | September 08, 2021 IST

କାବୁଲ ୦୮।୦୯: ଅନ୍ତରାଷ୍ଟ୍ରୀୟ ସମର୍ଥନ ଆବଶ୍ୟକ ଅଛି । ଯେକୌଣସି ସମୟରେ ପଞ୍ଜଶୀର ଘାଟିରୁ ହଜାରେ ହଜାରେ ତାଲିବାନୀମାନଙ୍କୁ ବାହାରର ରାସ୍ତା ଦେଖାଇପାରିବୁ । ଆଫଗାନିସ୍ତାନରେ ତାଲିବାନ ବିରୋଧରେ ଲଢେଇର ନେତୃତ୍ୱ ନେଉଥିବା କମାଣ୍ଡର ଅହମ୍ମଦ ମାସୁଦଙ୍କ ଦାଦା ଏପରି କହିଛନ୍ତି ।

ଖବର ଅନୁଯାୟୀ, ଆଫଗାନିସ୍ତାନକୁ ସଂପୁର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛି ଏବଂ ରେସିଟାନ୍ସ ଫୋର୍ସ ବିରୋଧରେ ଲଢେଇ କରି ଯୁଦ୍ଧ ଜିତିଛି ବୋଲି ତାଲିବାନ ଦାବି କରିଛି । ହେଲେ ଏହାର ଗୋଟିଏ ଦିନ ପରେ ଅହମ୍ମଦ ଅଲ୍ଲୀ ମସୁଦ ସ୍ୱିଜରଲ୍ୟାଣ୍ଡରୁ ଏପରି ଘୋଷଣା କରିଛନ୍ତି ।  

ଜେନେଭାରୁ ମସୁଦ କହିଛନ୍ତି ଯେ, ଘାଟିରେ ଏବେ ବି ଆମ ନିକଟରେ ହଜାର ହଜାର ମାତ୍ରାରେ ଫୋର୍ସ ଅଛନ୍ତି । ସେମାନ ଯେକୌଣସି ସମୟରେ ଫେରିପାରନ୍ତି । କିଛି ସମୟ ପାଇଁ ଆମେ ଆହତ ହୋଇଛୁ ସତ, କିନ୍ତୁ ସଂପୂର୍ଣ୍ଣ ଭାବେ ଦୁର୍ବଳ ହୋଇନାହୁଁ । ଏବେବି ଆମେ ମରିନୁ, ସମସ୍ତେ ଜୀବିତ ଅଛୁ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପଞ୍ଜଶୀର କେବଳ ପ୍ରତିରୋଧ ନୁହେଁ, ଏହା ଏକ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ। ଆମେ ଆମ ଅଧିକାର ପାଇଁ, ସ୍ଵାଧିନତା ପାଇଁ, ଲୋକତନ୍ତ୍ର ପାଇଁ, ମାନବାଧିକାର ପାଇଁ  ଲଢେଇ କରୁଛୁ। ଆଫଗାନିସ୍ତାନ ଭିତରେ ଆତଙ୍କବାଦ ବିରୋଧରେ ହେଉଥିବା ଲଢେଇର ଏହା ଶେଷ ସୁଯୋଗ । ଏଥିପାଇଁ ଆମକୁ ମନୋବଳ ହରାଇବା ଉଚିତ୍ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.