କଳା ପୋକ ପ୍ରାଦୁର୍ଭାବରେ ଗାଁରେ ଆତଙ୍କ; ଚିନ୍ତାରେ ଗ୍ରାମବାସୀ, ତୁରନ୍ତ ପ୍ରତିକାର ଦାବି

Published By : Prameya-News7 Bureau | January 14, 2023 IST

ବ୍ରହ୍ମପୁର ୧୪/୦୧: କଳା ପୋକ ବଢାଇଛି ଚିନ୍ତା। ଗାଁ ରାସ୍ତା ସାରା କଳା ରଙ୍ଗର ପୋକ ସାଲୁବାଲୁ। ଏନେଇ ଲୋକଙ୍କ ମନରେ ଏବେ ଛନକା ପଶିଛି। କବିସୂର୍ଯ୍ୟନଗର ବ୍ଲକ ଆଠଗଡପାଟଣାର କାଳୀ ମନ୍ଦିର ସାହି ରାସ୍ତା ଉପରେ ହଜାର ହଜାର କଳାପୋକ ଆତଙ୍କ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି। ଗୋଟିଏ କି ଦୁଇଟି ନୁହେଁ ହଜାର ହଜାର ପୋକ ସାଲୁସାଲୁ ହେଉଛନ୍ତି। ଏବେସୁଦ୍ଧା ଏହାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।

ଖବର ଅନୁସାରେ, ଆଠଗଡ଼ପାଟଣାର କାଳୀ ମନ୍ଦିର ପାଖରେ ନର୍ଦମା ରହିଛି। ଏହି ନର୍ଦମାରେ ଅନେକ କଳାରଙ୍ଗର ଅଜଣା ପୋକ ଦେଖା ଯାଉଥିବା ପୋକ ଗୁଡିକ ରାସ୍ତା କଡରେ ଥିବା ଦୋକାନ ଏବଂ ଲୋକଙ୍କ ଘରେ ପଶୁଥିବା ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ଏନେଇ ଅଞ୍ଚଳବାସୀ ଏବେ ଭୟବିତ ହୋଇଛନ୍ତି। ସେପଟେ ଏ ପର୍ଯ୍ୟନ୍ତ କଳା ପୋକର ପ୍ରତିକାର ପାଇଁ କିଛି ନିସ୍କର୍ଷ ବାହାରି ପାରିନି। କେବଳ ଡାକ୍ତର ଓ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇ ସୀମିତ ରହିଛି। ଏଥିପାଇଁ ଲୋକମାନଙ୍କୁ କେବଳ ସତର୍କତା ଅବଲମ୍ବନ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

ସପେଟେ ଏହି ପୋକକୁ ନେଇ ରୋଗ ବ୍ୟାଧି ହେବା ଆଶଙ୍କାରେ ଗାଁ ଲୋକମାନେ ଚିନ୍ତିତ ଅଛନ୍ତି। ଖାଦ୍ୟରେ ମଧ୍ୟ ବସୁଛନ୍ତି। ପୋଖରୀ କିମ୍ବା ଅନ୍ୟ ପାନୀୟ ଜଳରେ ପୋକ ମିଶିଲେ ତାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥିବା ବେଳେ ପୋକ ସମସ୍ୟା ଦୂର କରିବାକୁ ପ୍ରଶାସନକୁ ସେଠାକାର ଜନସାଧାରଣ ଦାବି କରିଛନ୍ତି। ଡ୍ରେନଜ ବ୍ୟବସ୍ଥା ହେଲେ ଏହାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.