ମୋହନା ୦୨।୦୫: ଗଜପତି ଜିଲ୍ଲା ଅଡବା ଥାନା ବୁଢ଼ାଢ଼ିଅ ଗାଁରେ ଅଭାବନୀୟ ଘଟଣା । ଗତକାଲି ଗାଁ ନିକଟସ୍ତ ହରଭଙ୍ଗୀ ଡ୍ୟାମରେ ବୁଡି ମାଇଁ ,ଭାଣିଜୀ ଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଏବନି ମଣ୍ଡଳ , ଇସିମାଞ୍ଜଳି ଶବର । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କ ଉଦ୍ଧାର କରିଛି ।
{"id":263397,"sizeSlug":"large"}![](https://www.prameyanews7.com/wp-content/uploads/2020/05/WhatsApp-Image-2020-05-02-at-10.44.20-AM-1.jpeg)
ସୂଚନାଯୋଗ୍ୟ ଯେ, ଉଭୟ ମାଇଁ ଓ ଭାଣିଜୀ ଗତକାଲି ସକାଳେ ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ । ତେବେ ଦୀର୍ଘ ସମୟ ଧରି ସେମାନେ ଘରକୁ ଫେରି ନଥିଲେ । ପରିବାର ଲୋକେ ଡ୍ୟାମକୁ ଯାଇ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ପତ୍ତା ମିଳିନଥିଲା । ଶେଷରେ ଆଜି ସକାଳେ ଉଭୟଙ୍କ ମୃତ ଦେହ ଡ୍ୟାମରେ ଭାସୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଅଡବା ଥାନା ପୋଲିସ , ମୋହନା ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଛନ୍ତି । ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।