ପିଇବା ପାଣି ମୁନ୍ଦାଏ ଲାଗି ହନ୍ତସନ୍ତ ଓ୍ୱାର୍ଡବାସୀ, ଅଟକ ରହିଲେ ଜେଇଇ
10/09/2022 at 2:53 PM

ବାରିପଦା୧୦/୦୯: ବାରିପଦା ୱାର୍ଡ ନଂ ୨ର ଲୋକେ ଗତ ବର୍ଷେ ହେଲାଣି ମୁନ୍ଦିଏ ପିଇବା ପାଣି ଲାଗି ବିକଳ ଅବସ୍ଥାରେ ହନ୍ତସନ୍ତ ହେଉଛନ୍ତି । ସ୍ଥାନୀୟ ଡି.ଆଇ. ଛକରୁ ବୁଢ଼ିଖମରି ପର୍ଯ୍ୟନ୍ତ ଲୋକେ ଫଟା ପାଇପ୍ ଲାଗି ଡ୍ରେନ୍ ପାଣି ପିଉଛନ୍ତି । ୧ବର୍ଷ ହେଲାଣି ସମସ୍ୟା, ୪ ଥର ପାଣି ସାମ୍ପୂଲ୍ ନେଇ ଅଭିଯୋଗ କରିଛନ୍ତି ହେଲେ ଫଳ ଶୂନ ।
୩ ଦିନ ଧରି ପାଣି ଆସୁନାହିଁ ଘରକୁ । ଏହା ସହ ରାସ୍ତା ଖୋଳି ଦେଇଥିଲେ ୩ଦିନ ଧରି ପାଇପ୍ ରିପରିଂ ପାଇଁ , ହେଲେ ସେଠାର ଲୁହା ପାଇବ ବଦଳରେ ଲାଗୁଛି ପ୍ଲାଷ୍ଟିକ ପାଇପ । ଏପଟେ ଅସ୍ଥାୟୀ ଭାବରେ ପିଇବା ପାଣି ପାଇଁ ଟାଙ୍କି ଦେଲେ । ହେଲେ ସେଥିରୁ ମଧ୍ୟ ଦୂଷିତ ପାଣି ପୁରା ହଳଦିଆ ରଙ୍ଗର ବାହାରୁଛି ବୋଲି ଅଭିଯୋଗ କରିଛନ୍ତି ।
Related Posts
ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ
28 January 2023
ଖଣ୍ଡଗିରି ପୋଲିସକୁ ସଫଳତା, ୫ ପେସାଦାର ଅପରାଧୀ ଗିରଫ
28 January 2023