Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖେଳୁ ଖେଳୁ ପାଣିରେ ପଡ଼ି ବୁଡ଼ିଗଲେ ୨ ଶିଶୁ…

16/03/2020 at 4:56 PM

ଭଦ୍ରକ୧୬/୩: ଭଦ୍ରକ ଜିଲ୍ଲା ଗ୍ରାମଞ୍ଚଳ ଥାନା ସାବରଙ୍ଗ ଅଞ୍ଚଳରେ ଏକ ଭାବନୀୟ ଘଟଣା ଘଟିଛି। ଖେଳିବା ବେଳେ ପାଣିରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ ହୋଇଛି। ପରୀକ୍ଷାରୁ ୨ ସାଙ୍ଗ ଫେରିବା ପରେ ସାଙ୍ଗ ହୋଇ ଖେଳିବାକୁ ଯାଇଥିଲେ। ଗାଁ ନିକଟରେ ଥିବା ଏକ ଗଭୀର ଗାଡ଼ିଆରେ ୨ଜଣ ଶିଶୁ ପଡ଼ି ଯାଇଥିଲେ। ଛୋଟ ପିଲା ହେଥିବାରୁ ପାଣିରେ ବୁଡ଼ି ୨ଜଣ ପ୍ରାଣ ହରାଇଥିଲେ। ମୃତ ଦୁଇ ଶିଶୁଙ୍କ ନାଁ  ଦେବିଦତ୍ତ ଧୂପାଳ  ଏବଂ ବିଶ୍ବଜିତ ବେହେରା। ଏହି ଘଟଣାରେ ତାଙ୍କ ପରିବାରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ପରିବାର ଲୋକଙ୍କ କହିବା ଅନୁସାରେ, ପରୀକ୍ଷାରୁ ଫେରିବା ପରେ ୨ଜଣ ସାଙ୍ଗ ହେଇ ଖେଳିବାକୁ ଯାଆନ୍ତି। ସୋମବାର  ଅର୍ଥାତ ଆଜି ମଧ୍ୟ ସେମାନେ ସାଙ୍ଗ ହେଇ ଖେଳିବାକୁ ଯାଇଥିଲେ। ବହୁ ସମୟ ବିତି ଯାଇଥିଲେ ମଧ୍ୟ ୨ ଜଣ ଘରକୁ ଫେରି ନଥିଲେ। ବହୁ ଖୋଜାଖୋଜି ଦୁଇଜଣଙ୍କ ସନ୍ଧାନ ମିଳି ନଥିଲା। ଗାଁ ନିକଟରେ ଥିବା ଗାଡ଼ିଆରେ ଦୁଇ ଶିଶୁ ବୁଡ଼ି ଯାଇଥିବା ସ୍ଥାନୀୟ ଲୋକେ ଖବର ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହୟତାରେ ପରିବାର ଲୋକେ ପିଲା ଦୁଇଜଣଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ୨ ଶିଶୁଙ୍କୁ ମୃତ ବୋଲି ଡାକ୍ତର ଘୋଷଣା କରିଥିଲେ।

   Related Posts