ଭୁବନେଶ୍ବର ୧/୯: ସୋ’ ରୁମ୍ରେ ବେଧଡକ ଚାଲିଥିଲା ବଜ୍ରକାପ୍ତା ଚୋରା ଚାଲାଣ । ରେଡ୍ କରି ପର୍ଦ୍ଦାଫାଶ କରିଛି DRI(ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ) । ଏତେ ପରିମାଣର ବଜ୍ରକାପ୍ତା କାତି ଦେଖି ତାଜୁବ ହୋଇଯାଇଛନ୍ତି ଚଢାଉରେ ଆସିଥିବା ଅଫିସର । କେବଳ ବଜ୍ରକାପ୍ତା କାତି ନୁହେଁ ଦେହର ବିଭିନ୍ନ ଅଂଶ ସହ କାତିରେ ତିଆରି ହୋଇଥିବା ମୁଦି,ସାମୁଦ୍ରିକ ରତ୍ନ,ବିରଳ ଗେଣ୍ଡା ଆଦି ସାମୁଦ୍ରିକ ଜୀବ ଜବତ ହୋଇଛି । ବନ୍ୟପ୍ରାଣୀ ଅଧୀନିୟମକୁ ବେଖାତିର କରି ଚାଲିଥିଲା ବିକ୍ରି । ବାହାର ଦେଶ ଓ ରାଜ୍ୟରୁ ଏହି ସାମଗ୍ରୀ ଆଣି ଭୁବନେଶ୍ବରରେ ବିକ୍ରି କରୁଥିଲେ ବେପାରୀ । କୌଣସି ସୂତ୍ରରୁ ଏ ସଂପର୍କରେ ଖବର ପାଇ ରେଡ୍ କରିଥିଲା DRI । ତେବେ ଜବତ ସାମଗ୍ରୀ କେଉଁଠି ଆସିଲା ? କେବେଠାରୁ ବିକ୍ରି ଚାଲିଥିଲା ? ତାର ଖୋଳତାଡ ଚାଲିଛି ।
ରାହୁଲ ଗାନ୍ଧୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟକୁ ବିରୋ...