oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

କୋଟଗଡ ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଚାଲାଣକାରୀ ଗିରଫ

31/12/2021 at 10:47 AM

ବାଲିଗୁଡା ୩୧।୧୨: କନ୍ଧମାଳ ଜିଲ୍ଲା କୋଟଗଡ ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ଶ୍ରୀରାମପୁର ବିଟର ଯୁବାଗୁଡା ଛକ ଜଙ୍ଗଲ ନିକଟରୁ ବନ ବିଭାଗ ମିଳିତ ଟିମ୍  ଛଦ୍ମବେଶରେ ଯାଇ ଚାଲାଣକାରୀ ନିକଟରୁ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଦୀର୍ଘ ମାସକର ପ୍ରଚେଷ୍ଟା ଫଳରେ କୋଟଗଡ ବନ ବିଭାଗକୁ ସଫଳତା ମିଳିଛି । ଜୀବନ୍ତ ମାଈ ବଜ୍ରକାପ୍ତା ବିକ୍ରି ସମୟରେ ବନପାଳ ପ୍ରଭାତ କୁମାର ଦୋରାଙ୍କ ନେତୃତ୍ବରେ ଫରେଷ୍ଟର ସୁଶାନ୍ତ କୁମାର ବୈଶାଖୀ, ଫରେଷ୍ଟ ଗାର୍ଡ ମିଳିତ ଟିମ୍ ଚଢ଼ାଉ କରି ବଜ୍ରକାପ୍ତା ଡିଲ୍ ସମୟରେ ଯୁବଗୁଡା ଛକ ଜଙ୍ଗଲରେ ଚାଲାଣକାରୀଙ୍କୁ  ମାଡି ବସିଥିଲା । ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରି ପାରିଛି କୋଟଗଡ ବନ ବିଭାଗ ।

କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ବଜ୍ରକାପ୍ତା ଚୋରା ଚାଲାଣ ବୃଦ୍ଧି ପାଇଛି । ପୂର୍ବରୁ ମଧ୍ୟ ଏସଟିଏଫର ଟିମ୍ ଓ ବନ ବିଭାଗ ପକ୍ଷରୁ  ମିଳିତ ଚଢାଉ କରି  ବାଲିଗୁଡା ମିଡ଼ିଆକିଆ ଅଂଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ବେଳେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଏହି ଚାଲାଣ ପଛରେ ବଡ଼ ରାକେଟ କାମ କରୁଥିବା ଅନୁମାନ କରାଯାଇଛି ।

ଶୁକ୍ରବାର ଚୋରା  ଚାଲାଣକାରୀମାନେ ବଜ୍ରକାପ୍ତା ଚାଲାଣ ପାଇଁ ଯୋଜନା କରୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ କୋଟଗଡ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ମିଳିତ ଟିମ୍ ଏହି ଚୋରା ବଜ୍ରକାପ୍ତାକୁ ଧରିବାରେ ସକ୍ଷମ ହୋଇଥିବା ସୂଚନା ଦେଇଛନ୍ତି । ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରାଯାଇ ପଚରାଉଚରା  ଚାଲିଥିବା ରେଞ୍ଜର ସୂଚନା ଦେଇଛନ୍ତି ।

   Related Posts