ଉଦ୍ଧାର ହୋଇଥିବା ବଜ୍ରକାପ୍ତା ନିଖୋଜ, ସନ୍ଦେହ ଘେରରେ ବନ ବିଭାଗ

Published By : Prameya-News7 Bureau | November 05, 2019 IST

ବାରିପଦା ୦୫।୧୧- ଗତ ୨୯ ତାରିଖ ରେ ବାରିପଦା ବନବିଭାଗ ଦ୍ୱାରା ଏକ ବଜ୍ରକାପ୍ତା ଉଦ୍ଧାର ହୋଇଥିଲା। ଗତ ୩୧ ତାରିଖରେ ଏହା ସନ୍ତାନ ପ୍ରସବ କରିଥିଲା। ହଲେ ଆଜି ନା ମାଆ ଅଛି, ନା ଛୁଆ। ଛୁଆ କୁଆଡେ ଗତକାଲି ଠାରୁ ମରିଗଲାଣି, ଆଉ ମାଆ ବଜ୍ରକାପ୍ତା ମାତ୍ର ୪ ଇଞ୍ଚ୍ ଫାଙ୍କ ଥିବା ଲୁହାଗ୍ରୀଲ୍ ଡେଇଁ ଆଜି ସକାଳୁ ନିଖୋଜ ହୋଇଯାଇ ଥିବା କୁହାଯାଉଛି। ବାରିପଦା ବନବିଭାଗରେ ଏଭଳି ସନ୍ଦେହ ଜନକ ଘଟଣା ଘଟିବା ପରେ ବିଭାଗର ଜାଣତରେ ବଜ୍ରକାପ୍ତା ଟି ଚୋରା ଚାଲାଣ ହେବାର ଚର୍ଚ୍ଚ। ହେଉଛି।

ଗତ ୨୯ତାରିଖରେ କୁଳିଅଣା ନିକଟରୁ ଏକ ବଜ୍ରକାପ୍ତା ଉଦ୍ଧାର ହେବା ସହିତ ୪ ଜଣ ଚୋରା ଚାଲାଣକାରୀ ମଧ୍ୟ ଗିରଫ ହୋଇଥିଲେ । ଉଦ୍ଧାର ବଜ୍ରକାପ୍ତା ଟିକୁ ସ୍ବାସ୍ଥ୍ୟପରୀକ୍ଷା ପରେ ବାରିପଦା ବନବିଭାଗ ନିଜ ଦାୟିତ୍ବରେ ରଖିଥିଲା। ୨ ଦିନ ପରେ ୩୧ ତାରିଖରେ ବଜ୍ରକାପ୍ତାଟି ଏକ ଶାବକ ପ୍ରସବ କରିଥିଲା । ସେତବେଳ ବାରିପଦା ଡିଏଫ୍ଓ ମାଆ-ଛୁଆଙ୍କୁ ତୁରନ୍ତ ନନ୍ଦନକାନନ ସ୍ଥାନାନ୍ତରିତ କରାଯିବା ବୋଲି କହିଥିଲେ ହଲେ ପିସିସିଏଫ୍ ଙ୍କ ନିର୍ଦ୍ଦଶେ ପରେ ମଧ୍ୟ ଆଜିକୁ ୮ ଦିନ ପର୍ଯୟନ୍ତ ତାକୁ ନନ୍ଦନକାନନ ନିଆ ଯାଇନଥିଲା। ଶାବକ ସହିତ ବଜ୍ରକାପ୍ତାଟିକୁ ବନବିଭାଗର ଏକ କ୍ୱାଟରରେ  ବନ୍ଦ କରି ରଖା ଯାଇଥିଲା। ଶାବକ ସହିତ ବଜ୍ରକାପ୍ତା ଟି ସୁସ୍ଥ ଥିବା ବେଳେ ଗତକାଲି ଶାବକଟି ମରିଯାଇଥବା ଓ ଆଜି ହଠାତ୍ ମାଆ ବଜ୍ରକାପ୍ତା ଟି ନିଖୋଜ ହୋଇ ଯାଇଥିବା ବନ ବିଭାଗପକ୍ଷରୁ ସୂଚନା ଦିଆଯାଇଛି। ସବୁ ସରିଯିବା ପରେ ଦଳବଳ ଓ ପୋଲିସ କୁକୁର ଧରି ଖୋଜି ଚାଲିଛନ୍ତି ବାରିପଦା ଡିଏଫ୍ଓ । ତବେ ସନ୍ଦେହଜନକ ଭାବେ ବଜ୍ରକାପ୍ତା ଟି କିଭଳି ଉଭାନ ହେଲା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.