oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ବେୟରଷ୍ଟୋଙ୍କ ରକେଟ୍ ଥ୍ରୋ ରେ ଆଉଟ୍ ହେଲେ ପାଣ୍ଡ୍ୟା, ମିଲରଙ୍କ ଉପରେ ସୁଝାଇଲେ ରାଗ, ଭିଡିଓ ଭାଇରାଲ

9/04/2022 at 12:29 PM

ମୁମ୍ବାଇ, ୦୯/୦୪:  ଆଇପିଏଲରେ ଗୁଜୁରାଟ ଟାଇଟନ୍ସର ଦମଦାର୍ ପ୍ରଦର୍ଶନ ଜାରି ରହିଛି । ଦଳ ଶୁକ୍ରବାର ପଞ୍ଜାବ କିଙ୍ଗସକୁ ୬ ଓ୍ୱିକେଟରେ ମାତ୍ ଦେଇଥିଲା । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମୁକାବିଲା ଖୁବ୍ ରୋମାଞ୍ଚକର ହୋଇଥିଲା । କାରଣ ଶେଷ ଓଭରର ପ୍ରଥମ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା ରନ୍ ଆଉଟ୍ ହୋଇଥିଲେ । ଫଳରେ ଗୁଜୁରାଟର ବିଜୟ କଷ୍ଟକର ହୋଇ ପଡିଥିଲା ।କିନ୍ତୁ ରାହୁଲ ତେଓ୍ୱାତିଆଙ୍କ ଛକା ଟାଇଟନ୍ସକୁ ଦେଇଥିବା ବିଜୟ ଉପହାର ।

ରନ୍ ଆଉଟ୍ ହେଲା ପରେ ରାଗିଗଲେ ହାର୍ଦ୍ଦିକ

ମ୍ୟାଚର ଶେଷ ଓଭରରେ ବୋଲିଂ କରୁଥିଲେ ଓଡିୟନ ସ୍ମିଥ୍ । ଷ୍ଟ୍ରାଇକରେ ଥିଲେ ଡେଭିଡ୍ ମିଲର୍ । ଓଭରର ପ୍ରଥମ ବଲରେ ବିଟ୍ ହୋଇଥିଲେ ମିଲର୍ । କିନ୍ତୁ ଷ୍ଟ୍ରାଇକ୍ ବଦଳାଇବା ପାଇଁ ରନ୍ ନେଇଥିଲେ । ଏହାମଧ୍ୟରେ ଓ୍ୱିକେଟ୍ କିପର ଜନୀ ବେୟରଷ୍ଟୋ ଓ୍ୱିକେଟ୍ ପଛରୁ ଥ୍ରୋ କରିଥିଲେ । ବଲ ଷ୍ଟମ୍ପରେ ବାଜିଥିଲା । ସେତେବେଳେ ହାର୍ଦ୍ଦିକ ଷ୍ଟ୍ରାଇକର ଏଣ୍ଡରେ ପହଁଚି ନଥିଲେ । ଫଳରେ ସେ ଆଉଟ୍ ହୋଇଯାଇଥିଲେ ।

ଆଉଟ୍ ହେଲା ପରେ ପାଣ୍ଡ୍ୟା ସାଥି ଖେଳାଳି ମିଲରଙ୍କ ଉପରେ ରାଗି ଯାଇଥିଲେ । ତେବେ ରନ୍ ନେବା ପାଇଁ ହାର୍ଦ୍ଦିକ ହିଁ କହିଥିଲେ । ଡେଭିଡ୍ ମିଲରମଧ୍ୟ ହାର୍ଦ୍ଦିକଙ୍କ ପ୍ରତିକ୍ରିୟା ଦେଖି ଚକିତ ହୋଇଯାଇଥିଲେ । ସୋସିଆଲ ମିଡିଆରେ ଏ ଘଟଣାର ଭିଜିଓ ଖୁବ୍ ଭାଇରାଲ ହେଉଛି ।

   Related Posts